ଆଜିଠୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ । ଚେନ୍ନାଇରେ ଖେଳାଯିବ ପ୍ରଥମ ମ୍ୟାଚ୍, କରୋନା କଟକଣା ପରେ ପ୍ରଥମ ଥର ନିଜ ମାଟିରେ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ ।

76

କନକ ବ୍ୟୁରୋ : ଆଜି ଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ଟେଷ୍ଟ ସିରିଜ । ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ । କରୋନା ପରେ ପରେ ଘରୋଇ ମାଟିରେ ପ୍ରଥମ କ୍ରିକେଟ୍ ଖେଳିବ ଟିମ୍ ଇଣ୍ଡିଆ । କୋଭିଡ୍ କଟକଣା ପରେ ଦେଶରେ ଖେଳା ହେବାକୁ ଥିବା ପ୍ରଥମ ଆନ୍ତର୍ଜାତୀୟ କ୍ରିକେଟ୍ ମୁକାବିଲା ହେବ ।

ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇ ଭାରତୀୟ ଦଳ ପୁରା ଆତ୍ମବିଶ୍ୱାସ ସହିତ ରହିଛି । ଅଧିନାୟକ ବିରାଟ କୋହଲି ଦଳକୁ ଫେରିଥିବାରୁ ଦଳ ଅଧିକ ମଜଭୂତ ହୋଇଛି । ଇଂଲଣ୍ଡ ଏହି ଗସ୍ତରେ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ । ବିଶ୍ୱକପ୍ ବିଜେତା ଇଂଲଣ୍ଡ ସହ ଭାରତର କଡା ଟକ୍କର ହେବ ବୋଲି କୁହାଯାଉଛି । ଇଂଲଣ୍ଡ ଭାରତର ଏହି ଗସ୍ତ ଅବସରରେ ୫ଟି ଟି-୨୦ ମ୍ୟାଚ୍ ଓ ୩ଟି ଦିନିକିଆ ମ୍ୟାଚ ମଧ୍ୟ ଖେଳାଯିବ ।