ଏସିଆ ମହାଦେଶର ସର୍ବବୃହତ ହେଲିକପ୍ଟର କାରଖାନା ପ୍ରସ୍ତୁତ, ଜାଣନ୍ତୁ କଣ ରହିଛି ଏହାର ବିବିଧତା …

269

କନକ ବ୍ୟୁରୋ: କର୍ଣ୍ଣାଟକରେ ଉଦଘାଟିତ ହୋଇଛି ହାଲର ହେଲିକପ୍ଟର ଫ୍ୟାକ୍ଟ୍ରି । ଏହି ହେଲିକପ୍ଟର କାରଖାନା ଏସିଆ ମହାଦେଶର ସବୁଠାରୁ ବଡ ହେଲିକପ୍ଟର କାରଖାନା । ପ୍ରତିରକ୍ଷା ବିଭାଗର ସୂଚନା ଅନୁସାରେ ଏହାର ନାମ ରଖାଯାଇଛି ଗ୍ରୀନଫିଲ୍ଡ ହେଲିକପ୍ଟର କାରଖାନା । ଆଗାମୀ ୨୦ ବର୍ଷରେ ଏଠାରେ ୧ ହଜାରରୁ ଅଧିକ ହେଲିକପ୍ଟର ନିର୍ମାଣର ଲକ୍ଷ୍ୟ ରଖାଯାଇଛି । ଏହି କାରଖାନା ପାଖାପାଖି ୬୧୫ ଏକର ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି । ପ୍ରତ୍ୟେକ ବର୍ଷ ୩୦ହେଲିକପ୍ଟର ପ୍ରସ୍ତୁତ କରିବାକୁ ଯୋଜନା କରାଯାଇଛି । ଆସନ୍ତୁ ଜାଣିନେବା ସରକାର ଏହାକୁ ନେଇ କଣ ଯୋଜନା ରଖିଛନ୍ତି ।

ବଢିବ ହେଲିକପ୍ଟର ନିର୍ମାଣର କ୍ଷମତା
ଏସିଆ ମହାଦେଶର ଏହି ସର୍ବବୃହତ ହେଲିକପ୍ଟର କାରଖାନା ସାହାଯ୍ୟରେ ଦେଶର ହେଲିକପ୍ଟର ନିର୍ମାଣର କ୍ଷମତା ବଢିବ । ପ୍ରଥମେ ଏଠାରେ ଲାଇଟ ୟୁଟିଲିଟି ହେଲିକପ୍ଟର ନିର୍ମାଣ କରାଯିବ । ଏହା ସ୍ୱଦେଶୀ ଡିଜାଇନରେ ପ୍ରସ୍ତୁତ ତଥା ତିନି ଟନ କ୍ୟାଟେଗୋରୀର ସିଙ୍ଗଲ ଇଞ୍ଜିନ ହେଲିକପ୍ଟର । ପ୍ରଥମ ବର୍ଷରେ ଏଭଳି ୩୦ ହେଲିକପ୍ଟର ନିର୍ମାଣ କରାଯିବ ।

ପ୍ରତ୍ୟେକ ବର୍ଷ ୬୦ରୁ ୯୦ ହେଲକପ୍ଟର ପ୍ରସ୍ତୁତି ଲକ୍ଷ୍ୟ
ପ୍ରଥମେ ଏହି କାରଖାନାରେ ୩୦ ହେଲିକପ୍ଟର ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି । ପରେ ଏଠାରେ ୬୦ରୁ ୯୦ ହେଲିକପ୍ଟର ପ୍ରସ୍ତୁତି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । କାରଖାନାରେ ଲାଇଟ ୟୁଟିଲିଟି ହେଲିକପ୍ଟର ଛଡା କିଛି ସମୟ ପରେ ଲାଇଟ କମ୍ବାକ୍ଟ ଏବଂ ଇଣ୍ଡିଆନ ମଲ୍ଟିରୋଲ ହେଲିକପ୍ଟର ପ୍ରସ୍ତୁତ କରାଯିବ ।

ଆତ୍ମନିର୍ଭରତା ସହ ରପ୍ତାନୀ ବୃଦ୍ଧି ହେବ
ଏହି ଫ୍ୟାକ୍ଟ୍ରି ଜରିଆରେ ପ୍ରତିରକ୍ଷା କ୍ଷେତ୍ରରେ ମେଡ-ଇନ-ଇଣ୍ଡିଆ ଅଭିଯାନକୁ ସଫଳତା ମିଳିବ । ଏହା ଛଡା ହେଲିକପ୍ଟର ସହ ଜଡିତ ମରାମତିର କାମ ମଧ୍ୟ ହୋଇପାରିବ । ଏଠାରେ ପ୍ରସ୍ତୁତ ହେଉଥିବା ସିଭିଲ ଲାଇଟ ୟୁଟିଲିଟି ହେଲିକପ୍ଟରକୁ ବାହାରକୁ ରପ୍ତାନି କରାଯାଇପାରିବ ।

୬ ହଜାର ଯୁବକଙ୍କୁ ମିଳିବ ରୋଜଗାର
ପିଏମଓ ପକ୍ଷରୁ ଜାରିହୋଇଥିବା ବୟାନରେ କୁହାଯାଇଛି, ଆଗାମୀ ୨୦ ବର୍ଷ ମଧ୍ୟରେ ୧ ହଜାର ହେଲିକପ୍ଟରକୁ ପ୍ରସ୍ତୁତ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଏଠାରେ ପାଖାପାଖି ୬ ହଜାର ଯୁବକ ଯୁବତୀଙ୍କୁ ରୋଜଗାର ମିଳିବ । ଦେଶ ଉତ୍ପାଦନ କ୍ଷେତ୍ରରେ ଆଗକୁ ବଢୁଛି ତେଣୁ ଏହି କ୍ଷେତ୍ରରେ ଦେଶର ଯୁବକଙ୍କୁ ଆଗକୁ ସୁଯୋଗ ମିଳିବ ।

ଫ୍ୟାକ୍ଟ୍ରି ହେବ ପରେ ଅନେକ କିଛି ବଦଳିବ
ବେଙ୍ଗାଲୁରୁରେ ପ୍ରଥମେ ହାଲ ଥିବା କାରଣରୁ ଏହି କାରଖାନାକୁ ଫାଇଦା ମିଳିବ । ଏହା ଦ୍ୱାରା ଏରୋସ୍ପେସ ମ୍ୟାନୁଫ୍ୟାକଚରିଂ ଇକୋସିଷ୍ଟମକୁ ଅଗ୍ରାଧିକାର ମିଳିବ । ଏଠାରେ ବିକାଶ ହେବା ଦ୍ୱାରା ସ୍କୁଲ, କଲେଜ, ଆଞ୍ଚଳିକ କ୍ଷେତ୍ରକୁ ମଧ୍ୟ ବିକଶିତ କରାଯାଇପାରିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସେବା ବଢିବ । ସେହିଭଳି ଏୟାର ଟ୍ରାଫିକ କଣ୍ଟ୍ରୋଲ, ଫ୍ଲାଇଂ ହ୍ୟାଙ୍ଗର, ଫାଇନାଲ ଆସେମ୍ବଲି ହ୍ୟାଙ୍ଗର, ଷ୍ଟ୍ରକଚର ଆସେମ୍ବଲି ହ୍ୟାଙ୍ଗର ଭଳି ସୁବିଧା ସହ କାରଖାନା କାର୍ଯ୍ୟକରିବ । ଅତ୍ୟାଧୁନିକ ସାମଗ୍ରୀରେ ପୂରା କାରଖାନା ଦେଶବାସୀଙ୍କ ପାଇଁ ପ୍ରସ୍ତୁତ ହୋଇରହିଛି ।