ଯୁଦ୍ଧକୁ ନେଇ ଭାରତକୁ ଆବଶ୍ୟକତା ନାହିଁ ପରାମର୍ଶ: ଜାତି ସଂଘରେ ଟିଏସ ତିରୂମୁର୍ତ୍ତି ନେଦରଲାଣ୍ଡ ରାଷ୍ଟ୍ରଦୂତଙ୍କୁ ଦେଲେ କଡା ଜବାବ

201

କନକ ବ୍ୟୁରୋ: ଗୁରୁବାର ଜାତିସଙ୍ଘରେ ଯୁଦ୍ଧ ପ୍ରସଙ୍ଗ ଉପରେ ନେଦରଲ୍ୟାଣ୍ଡକୁ ଜବାବ ଦେଇଛି ଭାରତ । ନେଦରଲାଣ୍ଡ ଭାରତକୁ ଯୁଦ୍ଧ ପ୍ରସଙ୍ଗରେ ଉପଦେଶ ଦେବାର କୌଣସି ଆବଶ୍ୟକତା ନାହିଁ । ଭାରତ ଜାଣେ କଣ କରାଯିବା ଉଚିତ ଓ ଅନୁଚିତ । ସେହିପରି ରୁଷ-ୟୁକ୍ରେନ ଯୁଦ୍ଧରେ କେହି ବିଜେତା ପକ୍ଷ ନାହାନ୍ତି ବୋଲି କହିଛନ୍ତି ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ସଦସ୍ୟ ଟିଏସ ତିରୁମୂର୍ତି । ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଯୁଦ୍ଧ ପ୍ରସଙ୍ଗ ଉପରେ ନେଦରଲ୍ୟାଣ୍ଡକୁ ଜବାବ ଦେଲା ଭାରତ । ୟୁକ୍ରେନ ସଙ୍କଟ ଉପରେ ଭାରତକୁ ଉପଦେଶ ଦେବାକୁ ଚେଷ୍ଟା କରୁଥିବା ନେଦରଲ୍ୟାଣ୍ଡ ରାଷ୍ଟ୍ରଦୁତଙ୍କୁ ଦୃୃୃଢ ଜବାବ ଦେଇଛି ଭାରତ । ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ସଦସ୍ୟ ଟିଏସ ତିରୁମୂର୍ତି ଟୁଇଟ କରି ନେଦରଲ୍ୟାଣ୍ଡକୁ ଜବାବ ଦେଇଛନ୍ତି । ସେ କହିଛନ୍ତି, ଯୁଦ୍ଧ ପ୍ରସଙ୍ଗରେ ଭାରତକୁ ଉପଦେଶ ଦେବାର କୌଣସି ଆବଶ୍ୟକତା ନାହିଁ । ଭାରତ ଜାଣେ କଣ କରାଯିବା ଉଚିତ ଓ ଅନୁଚିତ । ନେଦରଲ୍ୟାଣ୍ଡ ରାଷ୍ଟ୍ରଦୂତ ଭାରତର ସେହି ନିଷ୍ପତିକୁ ବିରୋଧ କରିଥିଲେ ଯେଉଁଥିରେ ଭାରତ ଜାତିସଂଘ ମହାସଭାରେ ୟୁକ୍ରେନକୁ ନେଇ ଚାଲିଥିବା ଭୋଟିଂରୁ ଦୂରେଇ ଯାଇଥିଲା ।

ଏବେ ଘଟଣାକୁ ନେଇ ନେଦରଲ୍ୟାଣ୍ଡ ରାଷ୍ଟ୍ରଦୁତ ଟୁଇଟ କରି ଯେଉଁ ମତ ରଖିଛି ତାକୁ ବିରୋଧ କରିଛି ଭାରତ । ଏଥିସହ ଯୁଦ୍ଧକୁ ନେଇ ଜାତିସଂଘରେ ଭାରତ ନିଜର ଆଭିମୁଖ୍ୟ ମଧ୍ୟ ପୁଣି ଥରେ ସ୍ପଷ୍ଟ କରିିଛି । ଟିଏସ ତିରୁମୂର୍ତି କହିଛନ୍ତି ଯେ–ଭାରତ ତୁରନ୍ତ ଯୁଦ୍ଧ ବରତି ଚାହେଁ । ଭାରତ ସବୁେବେଳେ ଶାନ୍ତି ପକ୍ଷରେ ରହିଛି । ରୁଷ-ୟୁକ୍ରେନ ଯୁଦ୍ଧରେ କେହି ବିଜେତା ପକ୍ଷ ନାହାନ୍ତି । ଦୁଇ ଦେଶ ଆଲୋଚନା ଦ୍ୱାରା ବିବାଦର ସମାଧାନ କରନ୍ତୁ । ସେହିପରି ଯୁଦ୍ଧଭୂମିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିବାରୁ ଜାତିସଙ୍ଘର ଉଦ୍ୟମକୁ ପ୍ରଶଂସା କରିଛନ୍ତି ଟିଏସ ତିରୁମୂର୍ତି ।

ସେପଟେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ପୁଣି ଚିନ୍ତା ପ୍ରକାଶ କରିଛନ୍ତି ମିଳିତ ଜାତିସଂଘର ମହାସଚିବ ଆଟୋଂନିଓ ଗୁଟରେସ୍ । ସାରା ବିଶ୍ୱର ମଙ୍ଗଳ ପାଇଁ ମୃତ୍ୟୁ ଓ ଧ୍ୱସଲୀଳାର ଅବସାନ ଜରୁରୀ ବୋଲି ମିଳିତ ଜାତିଂଘ ମୁଖ୍ୟ କହିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧରେ ବୈଶିୟିକ କ୍ଷତିର ଆକଳନ କରାଯିବା ହୁଏତ ଅସମ୍ଭବ ହୋଇପଡିବ ତେଣୁ ଏହାକୁ ତୁରନ୍ତ ରୋକିବା ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ଥିବା କହିଛନ୍ତି ଗୁଟରେସ୍ ।

ସେହିପରି ୟୁକ୍ରେନର ରୁଷ-ୟୁକ୍ରେନ ଯୁଦ୍ଧ ରୋକିବା ପାଇଁ ମିଳିତ ଜାତିସଂଘ ପ୍ରୟାସ ଜାରି ରଖିଛି । ମାନବୀୟ ସହାୟତା କରିବା ସହ ଉଭୟ ରୁଷ ଓ ୟୁକ୍ରେନ ସହ ପୃଥକଭାବେ ଆଲୋଚନା କରିସାରିଛି । କିନ୍ତୁ ବୈଠକରେ କୌଣସି ନିଷ୍ପର୍ସ ବାହାରି ପାରିନି । ଏହା ଭିତରେ ମିଳିତ ଜାତିସଂଘ ମୁଖ୍ୟ ଏବେ ଏହି ଅପିଲ କରିଛନ୍ତି ।

ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଉଦବୋଧନ ଦେବା ସମୟରେ ଗୁଟରେସ ଯୁଦ୍ଧକୁ ନେଇ ଉଭୟ ୟୁକ୍ରେନ ଓ ରୁଷ ସହ କରିଥିବା ଆଲୋଚନା ସମ୍ବନ୍ଧରେ ମଧ୍ୟ ନିଜ ବୟାନ ରଖିଥିଲେ ।