କନକ ବ୍ୟୁରୋ : ଗୁଜରାଟ ଦେଖୁଛି ବାତ୍ୟା ବିପର୍ଯ୍ୟୟର ତାଣ୍ଡବ । ରାଜ୍ୟର ୯ଜିଲ୍ଲାରେ ଚାଲିଛି ପ୍ରକୃତିର କରାଳରୂପ । ବାତ୍ୟାକୁ ଦୃଷ୍ଟିରେ ରଖି ୯ଜିଲ୍ଲାକୁ ହାଇଆର୍ଲଟର ରଖାଯାଇଛି । ସେହିପରି ଏକଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଜୁନାଗଡ଼, ଜାମନଗର, ପୋରବନ୍ଦର, ଦ୍ୱାରାକା, ଗିର୍ ସୋମନାଥ,ମୋରବୀ, ରାଜକୋଟ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ସ୍ଥିତି ଉପରେ ନଜର ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଏନଡିଆରଏଫ, ସେନା ପକ୍ଷରୁ ସ୍ଥିତି ସମୀକ୍ଷା ବୈଠକ କରାଯାଇଥିଲ । ସବୁପ୍ରକାର ସ୍ଥିତିରେ ମୁକାବିଲା ପାଇଁ ତିନ ସେନାକୁ ଆଲର୍ଟରେ ରଖାଯାଇଥିଲ ।

Advertisment

ସମୁଦ୍ରନିକଟବର୍ତୀ ସ୍ଥାନକୁ ଖାଲି କରାଯିବା ସହ ୧୨୦ ଗାଁର ଲୋକଙ୍କୁ ସୁରକ୍ଷିତ ଭାବେ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିଲା ଗୁଜରାଟରେ ମୋଟ ୧୮ଟି ଏନଡିଆରଏଫ ୧୨ଟି ଏସଡିଆରଏଫ ଟିମକୁ ନିୟୋଜିତ କରାଯାଇଥିବାବେଳେ ଦାମନ ଡିୟୁ, ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନରେ ମଧ୍ୟ ଏନଡିଆରଏଫ ଟିମକୁ ମୃତୟନ କରାଯାଇଛି । ଜୁନ ୧୬ ତାରିଖ ପର୍ଯନ୍ତ ଗୁଜରାଟର ବିମାନସେବା ବନ୍ଦ ରଖାଯାଇଥିବାବେଳେ ଟ୍ରେନର କିଛି ରୁଟରେ ପରିବର୍ତନ କରାଯାଇଛି । ସେହିପରିି ପ୍ରଭାବିତ ଅଂଚଳରେ ଥିବା ସମସ୍ତ ସ୍କୁଲକୁ ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

ଆରବ ସାଗରରେ ଯେବେଠୁ ସାମୁଦ୍ରିକ ଝଡ଼ ସୃଷ୍ଟି ସୂଚନା ମିଳିଥିଲା ସେବେଠୁ ଏହାର ଗତିପଥ ଉପରେ କଡ଼ା ନଜର ରଖାଯାଇଛି । ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ, କେନ୍ଦ୍ର ସରକାରଙ୍କଠୁ ନେଇ ସେନା ରଣନୀତି ପ୍ରସ୍ତୁତ କରିଥିଲେ । ତେବେ ସୂଚନା ଅନୁସାରେ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଗୁଜରାଟ ଓ ଅନ୍ୟ ୫ ରାଜ୍ୟରେ ଏହାର ଅଳ୍ପବହୁତ ପ୍ରଭାବ ଜାରି ରହିବ ।