ଗୋଟିଏ ଦିନରେ ସର୍ବାଧିକ ୩୩୧ ମୃତ, ୯ ହଜାର ୯୮୭ ନୂଆ ଆକ୍ରାନ୍ତ ଚିହ୍ନଟ: ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ଟପିଲା; ମହାରାଷ୍ଟ୍ରରେ ସର୍ବାଧିକ ୩ ହଜାର ୧୬୯ ଜଣଙ୍କ ମୃତ୍ୟୁ

194

କନକ ବ୍ୟୁରୋ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୫୯୮ରେ ପହଁଚିଛି । ସେହିପରି ମୃତ୍ୟୁ ସଂଖ୍ୟା ୭ ହଜାର ୪୬୬କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସେହିପରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୨୯ ହଜାର ୯୧୭ ଥିବା ବେଳେ ସୁସ୍ଥ ହେଲେଣି ଲକ୍ଷେ ୨୯ ହଜାର ୨୧୫ ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୩ ହଜାର ୧୬୯ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗୋଟିଏ ଦିନରେ ୯ ହଜାର ୯୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଦିନରେ ୩୩୧ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ଆକ୍ରାନ୍ତଙ୍କ ମିଶାଇ ବିଶ୍ୱରେ ଭାରତ ପଂଚମ ସ୍ଥାନରେ ପହଁଚି ଯାଇଛି । ପ୍ରଥମ ସହରରେ ଭାବେ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖା ୫୦ ହଜାର ପାର କରିଛି । ସେପଟେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଲକ୍ଷ ଟପିଯାଇଛି । କେବଳ ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ପାର କରି ଯାଇଛି ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସୁଛି । ମହାରାଷ୍ଟ୍ର ଓ ଦିଲୀରେ ବଢ଼ୁଥିବା ସଂକ୍ରମଣ ଚିନ୍ତାରେ ପକାଇଛି । ଏହାରି ଭିତରେ ଗୋଟିଏ ସମୟରେ ନୁହେଁ ଦେଶର ରାଜ୍ୟଗୁଡିକରେ ଭିନ୍ନ ଭିନ୍ନ ସମୟରେ ଏହା ବଢିବା ସମ୍ଭାବନା ଥିବା କହିଛନ୍ତି ବିଶେଷଜ୍ଞ । ସ୍ୱାସ୍ଥ୍ୟକୁ ନେଇ ଗଠିତ ୧୫ତମ ଅର୍ଥ ଆୟୋଗର ଉଚ୍ଚସ୍ତରୀୟ କମିିଟି ପୂର୍ବାନୁମାନ କରିଛନ୍ତି । ରାଜ୍ୟ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସମାଧାନର ବାଟ ବାହାର କରିପାରିଲେ ଚିକିତ୍ସା ବ୍ୟବସ୍ଥା ଆହୁରି ଉନ୍ନତ ହୋଇପାରିବ ବୋଲି କମିଟି ପରାମର୍ଶ ଦେଇଛି ।

ପ୍ୟାନେଲର ସଂଯୋଜକ ତଥା ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି, ଆମକୁ ଏଭଳ ିଏକ ବ୍ୟବସ୍ଥା କରିବାକୁ ପଡିବ ଯେଭଳି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଆବଶ୍ୟକ ଅନୁସାରେ ଉପକରଣ ଓ ଅନ୍ୟ ଜିନିଷ ନେବାକୁ ପଡିବ । ସେ କହିଛନ୍ତି, କିଛି ରାଜ୍ୟ କରୋନା ମୁକାବିଲା କରିବାରେ ସକ୍ଷମ ଥିବାବେଳେ ଆଉ କିଛି ରାଜ୍ୟ ପାଇଁ ଏହା ବଡ ଚ୍ୟାଲେଞ୍ଜ ହେବ । ପ୍ୟାନେଲର କହିବା ଅନୁସାରେ, ମହାମାରୀ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଭାବେ ବଢୁଛି । ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ, ଦିଲ୍ଲୀରେ ଏହା ବଢିବା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହା ପ୍ୟାନେଲ ସରକାରଙ୍କୁ ୩ଟି ପରାମର୍ଶ ବି ଦେଇଛି ।

Comments are closed.