କରୋନା ଟିକା ବ୍ୟବହାରକୁ ମିଳିଲାନି ମଂଜୁରୀ : ଜାନୁୟାରୀ ୧ ତାରିଖରେ ପୁଣି ବସିବ ବିଶେଷଜ୍ଞ କମିଟିର ବୈଠକ; ନୂଆ ବର୍ଷରେ ଆସିପାରେ ଭଲ ଖବର

ସେପଟେ ଅକ୍ସଫୋର୍ଡ ଟିକାକୁ ଅନୁମତି ଦେଲା ବ୍ରିଟେନ 

124

କନକ ବ୍ୟୁରୋ : ଭାରତରେ କୋଭିଡ୍ ଟିକାକୁ ମିଳି ନାହିଁ ଅନୁମତି । ଦେଶରେ କୋଭିଡା ଟିକାକରଣ ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ । ତେବେ ନୂଆ ବର୍ଷର ପ୍ରଥମ ଦିନରେ କରୋନା ବିରୋଧୀ ଲଢେଇ ଅଭିଯାନ ପାଇଁ ଭଲ ଖବର ମିଳିବା ସମ୍ଭାବନା ରହିଛି । ବୁଧବାର ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆର ସବଜେକ୍ଟ ଏକ୍ସପର୍ଟ କମିଟି ବା ବିଶେଷଜ୍ଞ କମିଟିର ବୈଠକ ବସିଥିଲା । ପ୍ରଥମେ ଆଶା କରାଯାଉଥିଲା ଏହି ବୈଠକରେ କୋଭିଡ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିପାରେ । ସବଜେକ୍ଟ ଏକ୍ସପର୍ଟ କମିଟି ଫାଇଜର, ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ଭାରତ ବାୟୋଟେକ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଲୋଡାଯାଇଥିବା ଅନୁମତି ଉପରେ ବିଚାର ବିମର୍ଶ କରିଥିଲେ  ।

ସିରମ ପକ୍ଷରୁ କୋଭାସିଲଡ ଟିକାର ତଥ୍ୟ ଓ ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ ଟିକାର ପରୀକ୍ଷଣ ସଂପର୍କିତ ତଥ୍ୟ ଦିଆଯାଇଥିଲା । ସେହିପରି ସବଜେକ୍ଟ ଏକ୍ସପର୍ଟ ପାଖରେ କମିଟି ଟିକା ପରୀକ୍ଷାର ତଥ୍ୟ ଦାଖଲ ପାଇଁ ଅଧିକ ସମୟ ମାଗିଥିଲା ଫାଇଜର । ଏହାପରେ ଆସନ୍ତା ଜାନୁୟାରୀ ୧ ତାରିଖରେ  ସବଜେକ୍ଟ ଏକ୍ସପର୍ଟ କମିଟି ବୈଠକ ଡକାଯାଇଛି । ତେଣୁ ନୂଆ ବର୍ଷର ପ୍ରଥମ ଦିନରେ କୋଭିଟ ଟିକାକରଣ ପାଇଁ ଟିକା ନିର୍ମାଣକାରୀ କଂପାନୀ ଦେଇଥିବା ପ୍ରସ୍ତାବକୁ ମଂଜୁରୀ ମିଳିପାରେ । ଏହାପରେ ଔଷଧ ନିୟନ୍ତ୍ରକଙ୍କ ଅନୁମୋଦନ ପାଇଁ ସୁପାରିଶ ପଠାଯିିବ ।