ସୀମା ଆଡକୁ ବଢିଲା ଭାରତର ଲଢୁଆ ଟ୍ୟାଙ୍କ । ଭାରତ-ଚୀନ୍ ସୀମାରେ ଯୁଦ୍ଧ ଭଳି ପ୍ରସ୍ତୁତି । ତିନି ସେନାକୁ ଆଲର୍ଟରେ ରଖିଲା ଭାରତ, ବେସ୍ କ୍ୟାମ୍ପରୁ ହଜାର ହଜାର ଯବାନଙ୍କୁ ଫରୱାର୍ଡ ବ୍ଲକକୁ ପଠାଇଲା ସେନା ।

1,710

କନକ ବ୍ୟୁରୋ : ଧୋକାବାଜ ଚୀନକୁ ଶିକ୍ଷା ଦେବା ପାଇଁ ସବୁସ୍ତରରେ ସକ୍ଷମ ଭାରତ । ସୀମାରେ ଚାଲ ଖେଳୁଥିବା ଚୀନର ଯୋଜନା ପଣ୍ଡ କରିବାକୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ସ୍ଥଳସେନା, ବାୟୁସେନା ଓ ନୌସେନାକୁ ଆଲର୍ଟରେ ରଖାଯାଇଛି । ସୀମାରେ ଯୁଦ୍ଧ ଭଳି ପ୍ରସ୍ତୁତି କରିଛି ଭାରତ । ଜୁନ୍ ୧୫/୧୬ ରାତିରେ ସୀମାରେ ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବାପରେ, ବେସକ୍ୟାମ୍ପରୁ ସୀମା ଆଡକୁ ଅଗ୍ରସର ହୋଇଛନ୍ତି ହଜାର ହଜାର ସୈନିକ ।

ଭାରତ-ଚୀନ୍ ସୀମାରେ ଯୁଦ୍ଧ ଭଳି ପ୍ରସ୍ତୁତି । ତିନି ସେନାକୁ ଆଲର୍ଟରେ ରଖିଲା ଭାରତ । ଲଦାଖରେ ଘଡଘଡ ଗର୍ଜନ କରି ସୀମା ଆଡକୁ ଅଗ୍ରସର ହେଉଥିବା ଏହି ଟ୍ୟାଙ୍କ ଚୀନର ଛାତି ଥରାଇ ଦେବାକୁ ଯଥେଷ୍ଟ । ବେସ କ୍ୟାମ୍ପରୁ ହଜାର ହଜାର ସୈନିକଙ୍କୁ ଫରୱାର୍ଡ ବ୍ଲକକୁ ଅଗ୍ରସର କରିଛି ଭାରତ । ସୀମାରେ ଉତ୍ପାତ କରୁଥିବା ଶତ୍ରୁକୁ ବାର୍ତା ଦେଇଛି ଯେ, ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ଆମର ସାମର୍ଥ୍ୟ ରହିଛି । ଜୁନ୍ ୧୫/୧୬ ରାତିରେ ସୀମାରେ ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବାପରେ, ତିନି ସେନାକୁ ଆଲର୍ଟରେ ରଖିଛି ଭାରତ । ଆଉ ଚୀନ ସୀମାରେ ଯୁଦ୍ଧ ଭଳି ପ୍ରସ୍ତୁତି କରିଛି ।

ଜାମ୍ମୁ-କାଶ୍ମୀର ଓ ଲଦାଖରୁ ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍, ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲାଣ୍ଡ ଓ ପଶ୍ଚିମବଙ୍ଗ ସୀମାରେ ପ୍ରାୟ ୨ଲକ୍ଷ ୨୫ ହଜାର ସୈନ୍ୟ ମୁତୟନ ହୋଇଛନ୍ତି । ଚୀନର ଚାଲବାଜ ଚରିତ୍ରକୁ ବୁଝି ସତର୍କ ରହିଛି ଭାରତୀୟ ସେନା । କେବଳ ଲଦାଖରେ ତିନି ଇନଫାଂଟ୍ରି ଡିଭିଜନ୍ ମୁତୟନ ହୋଇଛନ୍ତି । ଏହାବାଦ ଉଚ୍ଚ ପାହାଡରେ ଯୁଦ୍ଧାଭ୍ୟାସ କରିବାକୁ ସମର୍ଥ ଦୁଇଟି ଅଲଗା ଅଲଗା ବ୍ରିଗେଡଙ୍କୁ ପ୍ରସ୍ତୁତ ରଖାଯାଇଛି ।

ଭାରତ-ଚୀନ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖାରେ ଏକପାଖିଆ ଭାବେ ସ୍ଥିତାବସ୍ଥା ପରିବର୍ତ୍ତନ କରିବାକୁ ଚାହୁଁଛି ଚୀନ । ତେଣୁ ତାକୁ ଉଚିତ ଜବାବ ଦେବାପାଇଁ ଏଭଳି ପ୍ରସ୍ତୁତି କରାଯାଇଛି ।

ସୀମାରେ ବିପୁଳ ସେନା ମୁତୟନ :

– ଜାମ୍ମୁ-କାଶ୍ମୀର, ଲଦାଖ ଓ ହିମାଚଳ ପ୍ରଦେଶର ଉତ୍ତର ଆର୍ମି କମାଣ୍ଡରେ ୩୪ ହଜାର ସୈନ୍ୟ ମୁତୟନ
– ଉତ୍ତରାଖଣ୍ଡର କେନ୍ଦ୍ରୀୟ ଆର୍ମି କମାଣ୍ଡରେ ୧୫ ହଜାର ୫୦୦ ସୈନିକ ତୟାର
– ସିକିମ, ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲାଣ୍ଡ ଓ ପଶ୍ଚିମବଙ୍ଗର ପୂର୍ବ ଆର୍ମି କମାଣ୍ଡରେ ୧ ଲକ୍ଷ ୭୫ ହଜାର ୫୦୦ ସୈନିକ ପ୍ରସ୍ତୁତ
– ଚୀନକୁ ଲାଗି ରହିଥିବା ଭାରତର ସମଗ୍ର ୩ ହଜାର ୪୮୮ କିଲୋମିଟର ସୀମାରେ ୨ ଲକ୍ଷ ୨୫ ହଜାର ସୈନ୍ୟ ସଜାଗ

ସୀମାରେ ଭାରତର ଏହି ଜୋରଦାର ପ୍ରସ୍ତୁତି ପରେ କିଭଳି ବିଚଳିତ ହୋଇପଡିଛି ଚୀନ, ତାର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଚୀନର ଜଣେ ପ୍ରତିରକ୍ଷା ବିଶେଷଜ୍ଞ ହୁଆଙ୍ଗ ଗୁଓଝି କହିଛନ୍ତି, ପାହାଡି ଇଲାକାରେ ଯୁଦ୍ଧ କରିବାରେ ସବୁଠାରୁ ଅନୁଭବୀ ସେନା ସାରା ବିଶ୍ୱରେ କେବଳ ଭାରତ ପାଖରେ ରହିଛି । ମୋଟ୍ ୧୨ଟି ଡିଭିଜନରେ ୨ ଲକ୍ଷରୁ ଅଧିକ ସୈନ୍ୟବଳ ସହ ଭାରତୀୟ ସେନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମାଉଂଟେନ ଫାଇଟିଂ ଫୋର୍ସ ।

୧୯୭୯ରେ ଭିଏତନାମ ବିରୋଧରେ ଶେଷଥର ପାଇଁ ଯୁଦ୍ଧ ଲଢିଥିଲା ଚୀନ । ସେବେଠାରୁ ଆଉ କୌଣସି ଦେଶ ବିରୋଧରେ ଅସ୍ତ୍ର ଉଠାଇ ନାହାନ୍ତି ଚୀନ ସେନା । ହେଲେ ଭାରତ ପାଖରେ ଶତ୍ରୁ ସହ ମୁକାବିଲାର ଦୀର୍ଘ ଅନୁଭୂତି ରହିଛି । ୧୯୯୯ କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ଧୁଳି ଚଟାଇଥିଲା ଭାରତୀୟ ସେନା ।