ପୁଣି ଏଲଏସିରେ ଉତ୍ତେଜନା । ଲଦାଖ ସୀମାନ୍ତ ପେଙ୍ଗଙ୍ଗ୍ ହ୍ରଦରେ ଭାରତ-ଚୀନ୍ ସେନା ମଧ୍ୟରେ ନୂଆ ସଂଘର୍ଷ । ସୀମାରେ ସ୍ଥିତାବସ୍ଥା ବଦଳାଇବାକୁ ଚୀନର ଉଦ୍ୟମକୁ ପଣ୍ଡ କଲା ଭାରତ

ଚୁଲୁସରେ ଚାଲିଛି କମାଣ୍ଡର ସ୍ତରୀୟ ଆଲୋଚନା

1,002

କନକ ବ୍ୟୁରୋ: ଏଲଏସିରେ ଭାରତ ଚୀନ୍ ସେନା ପୁଣି ହୋଇଛନ୍ତି ମୁହାଁମୁହିଁ । ସ୍ଥିତା ବସ୍ଥା ବଦଳାଇବାକୁ ଚୀନ୍ କରିଛି ଉଦ୍ୟମ । ଏହାକୁ ନେଇ ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲ ବା ଏଲଏସି ଲଦାଖର ପଙ୍ଗ୍ୟ ଙ୍ଗ୍ ସୋ ରେ ଭାରତ ଓ ଚୀନ୍ ସେନାଙ୍କ ମଧ୍ୟରେ ନୂଆ ସଂଘର୍ଷ ଘଟିଥିବା ସୂଚନା ମିଳିଛି । ଭାରତୀୟ ସେନା ଏନେଇ ସୂଚନା ଦେଇଛି । ପେଙ୍ଗଙ୍ଗ୍ ସୋ ଅଂଚଳରେ ଚୀନ୍ ସେନା ପୂର୍ବ ସହମତି ଉଲଂଘନ କରି ସାମରିକ ଏବଂ କୂଟନୈତିକ କାର୍ଯ୍ୟକଳାପ ବଢାଇବାରୁ ଏହି ଉତେଜନା ସ୍ଥିତି ଦେଖା ଦେଇଛିା ଗତ ୨୯ ଓ ୩୦ ଅଗଷ୍ଟ ରାତିରେ ଚୀନ୍ ସୈନ୍ୟ ସୀମାକୁ ନେଇ ପୂର୍ବ ରାଜିନାମାକୁ ଉଲଂଘନ କରିଥିଲେ ।

ଭାରତୀୟ ସୈନ୍ୟ ପଙ୍ଗ୍ୟୋଙ୍ଗ୍ ସୋ ହ୍ରଦର ଦକ୍ଷିଣ କୂଳରେ ଚୀନ୍ ସୈନ୍ୟର କାର୍ଯ୍ୟକଳାପ ବଢିବା ଦେଖିବା ପରେ ସେମାନଙ୍କୁ ସେଠାରୁ ଖାଲି କରାଇଛନ୍ତିା ଏଲଏସିରେ ଭାରତ ତାର ସ୍ଥିତିକୁ ଦୃଢ କରିବା ଏବଂ ଏକପାଖିଆ ତଥ୍ୟ ବଦଳାଇବା ପାଇଁ ଚାଇନାର ଉଦ୍ୟମକୁ ରୋକିବାକୁ ପଦକ୍ଷେପ ନେଇଥିଲେ । ସୀମାରେ ଭାରତୀୟ ସେନା ସବୁ ବେଳେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ପ୍ରତିଶ୍ରୁତି ବଦ୍ଧ ।

କିନ୍ତୁ ଅଖଣ୍ଡତା ରକ୍ଷା ପାଇଁ ସେନା କଡା ଆଭିମୁଖ୍ୟ ଗ୍ରହଣ କରିଛି । ଏହି ଘଟଣା ପରେ ପରେ ଚୁସୁଲରେ ଦୁଇ ଦେଶର ସେନାର ବ୍ରିଗେଡିୟର କମାଣ୍ଡର ସ୍ତରୀୟ ଫ୍ଲାଗ୍ ମିଟି ଚାଲିଛି । ଗତ ଜୁନ୍ ୧୫ ମଧ୍ୟରାତ୍ରିର ଗଲୱାଟିରେ ଚୀନ୍ ସେନା ଏଲଏସିରେ ଭାରତୀୟ ସେନା ଉପରେ କରିଥିଲା ଆକ୍ରମଣ । ଏଥିରେ ୨୦ ଭାରତୀୟ ସେନା ସହିଦ ହୋଇଥିଲେ । ଏହି ଘଟଣା ପରଠାରୁ ସୀମାରେ ଉତେଜନା ଲାଗି ରହିଛି ।