-୩୦ ଡିଗ୍ରୀ ସେଲସିୟସ୍ ତାପମାନରେ ଯବାନ ପାଳିଲେ ଗଣତନ୍ତ୍ର ଦିବସ ! ଦେଖନ୍ତୁ ଫଟୋ

349

ସାରା ଦେଶ ଆଜି ଉତ୍ସବମୁଖର । ୭୦ ତମ ଗଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧ୍ୱଜା ଉତ୍ତୋଳନ କରିଛନ୍ତି । ଦିଲ୍ଲୀରେ ପରେଡ୍ ସକାଳ ୯.୫୦ ରେ ବିଜୟ ଚୌକରୁ ଆରମ୍ଭ ହୋଇ ରାଜପଥ,ଇଣ୍ଡିଆ ଗେଟ୍ ,ତିଲକ ମାର୍ଗ,ବାହାଦୁର ଶାହ୍ ଜବର ମାର୍ଗ ଏବଂ ନେତାଜୀ ମାର୍ଗରୁ ହୋଇ ଲାଲକିଲ୍ଲାରେ ଯାଇ ପହଞ୍ଚିଥିଲା । ଚଳିତବର୍ଷ ଆୟୋଜିତ ହୋଇଥିବା ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ରୂପେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମଫୋସା ଥିଲେ । ତେବେ ଆସନ୍ତୁ ଆଜି ଦେଖିବା ବିଜୟ ଚୌକର କିଛି ମନୋରମ ଦୃଶ୍ୟ ।

୧ . ଧ୍ୱଜା ଉତ୍ତୋଳନ ସମୟରେ ବ୍ୟାଣ୍ଡ୍ ତରଫରୁ ରାଷ୍ଟ୍ରଗାନ ବଜାଗଲା ଏବଂ ୨୧ ତୋପର ସଲାମି ଦିଆଗଲା । ଏହାସହ ତ୍ରିରଙ୍ଗା ମଧ୍ୟ ଉଡାଗଲା । ଗୃହମନ୍ତ୍ରୀ ରାଜନାଥ ସିଂହ,ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ମୋଦି ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀ ଏବଂ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଏଚ ଡି ଦେବେଗୌଡା,ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ମଧ୍ୟ ସମାରୋହକୁ ଆସିଥିଲେ ।

୨ . ଚଳିତବର୍ଷ ଗଣତନ୍ତ୍ର ଦିବସର ଥିମ୍ ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ସହ ଜଡିତ ଥିଲା ।

୩ . ଏହି ଅବସରରେ ଅନେକ ରାଜ୍ୟର ପ୍ରଜ୍ଞାପନ ମେଢ ବାହାରିଥିଲା । ଏଥିରେ ସିକ୍କିମର ସବୁଜିମା ଦେଖିବାକୁ ମିଳିଥିଲା ।

୪ . ଗଣତନ୍ତ୍ର ଦିବସ ସମାରୋହରେ ମୋଟର ସାଇକେଲ ଉପରେ ୯ ଟି ମୋଟର ସାଇକେଲ ଜରିଆରେ ୩୩ ଯବାନଙ୍କ ମିଳିତ ପ୍ରଚେଷ୍ଟାରେ ମାନବ ପିରାମିଡ୍ ପ୍ରସ୍ତୁତ ହୋଇଗଲା ।

୫ . ଲଦାଖ୍ ରେ ଇଣ୍ଡୋ-ତିବ୍ଦତ ସୀମା ପୋଲିସ୍ ବଳର ଯବାନମାନେ -୩୦ ଡିଗ୍ରୀ ସେଲସିୟସ୍ ତାପମାନରେ ୧୮,୦୦୦ ଫିଟ୍ ଉଚ୍ଚତାରେ ତ୍ରିରଙ୍ଗା ଉଡାଇ ଗଣତନ୍ତ୍ର ଦିବସ ପାଳିଥିଲେ ।