ବଢିବ ଭାରତର ଶକ୍ତି, ଋଷ ଯୋଗାଇବ ‘ବ୍ଲାକ ଜ୍ୟାକ୍ ବମ୍ବର’!

670

କନକ ବ୍ୟୁରୋ: ଭାରତ ପାଖରେ ବର୍ତ୍ତମାନ ସୁଦ୍ଧା କୌଣସି ବୋମାବର୍ଷଣକାରୀ ବମ୍ବର ନାହିଁ । ଅର୍ଥାତ ସେହି ବିମାନ ଯାହା ଅନେକ ଦୂର ଯିବା ସହ ଶତ୍ରୁ ଉପରେ ବୋମା ବର୍ଷା କରି ଫେରିଯାଇଥାଏ ସେହି ବିମାନ ଭାରତ ପାଖରେ ନାହିଁ । ବର୍ତ୍ତମାନ ଏହି ଭଳି ବମ୍ବରକୁ ହାଇପରସୋନିକ, କ୍ରୁଜ ଏବଂ ସୁପରସୋନିକ ପରମାଣୁ ମିସାଇଲ ଲଞ୍ଚିଙ୍ଗ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ତେବେ ଶୁଣିବାକୁ ମିଳୁଛି ଋଷ ପାଖରୁ ଭାରତ ଏଭଳି ବମ୍ବର ଆଣିପାରେ । କାରଣ, ଋଷ ସହ ହୋଇଥିବା ଏସ-୪୦୦ ଏୟାର ଡିଫେନ୍ସ ଡିଲର ସଫଳତା ପରେ ଏହି ଡିଲ ହେବା ନେଇ ଆଶାସଞ୍ଚାର ହୋଇଛି ।

ନିକଟରେ ଗୋଟିଏ କାର୍ଯ୍ୟକ୍ରମରେ ପୂର୍ବତନ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଅରୁପ ରାହା ଏଭଳି କିଛି ସଙ୍କେତ ଦେଇଛନ୍ତି । ଜଣେ ପ୍ରତିରକ୍ଷା ବିଶେଷଜ୍ଞଙ୍କ ପ୍ରଶ୍ନର ଉତ୍ତରରେ ଅରୁପ ଏଭଳି କିଛି ସଙ୍କେତ ଦେଇଛନ୍ତି । ତେବେ ଋଷ ପାଖରୁ ଭାରତକୁ ତୁପୋଲେବ ଟିୟୁ-୧୬୦ ବ୍ଲାକ ଜ୍ୟାକ୍ ବମ୍ବର ମିଳିବା ନେଇ ଆଶା କରାଯାଉଛି ।

ଟିୟୁ-୧୬୦ ବ୍ଲାକ ଜ୍ୟାକ୍ ବମ୍ବରକୁ ହ୍ୱାଇଟ ସ୍ୱାନ ମଧ୍ୟ କୁହାଯାଇଥାଏ । ଏହା ହେଉଛି ଗୋଟିଏ ସୁପରସୋନିକ ସ୍ୱିପ୍ ୱିଙ୍ଗ ହେଭିଷ୍ଟ୍ରାଟେଜିକ ବମ୍ବର । ଏହାର ଡିଜାଇନ୧୯୭୦ ସୋଭିଏତ ୟୁନିୟନର ତୁପୋଲେବ ଡିଜାଇନ ବ୍ୟୁରୋ ନିର୍ମାଣ କରିଥିଲା । ଏହାର ପ୍ରଥମ ଉଡାଣ ୧୯୮୧ରେ ହୋଇଥିଲା । ୧୯୮୭ରୁ ଏହା ଋଷର ବାୟୁସେନାରେ ନିୟୋଜିତ ରହିଛିା

ଟିୟୁ-୧୬୦ ବ୍ଲାକ ଜ୍ୟାକ୍ ବମ୍ବରର ୯ଟି ପରୀକ୍ଷାମୂଳକ ପ୍ଲେନ ନିର୍ମାଣ କରାଯାଇଥିଲା । ପରେ ଏହାର ଆହୁରି ୨୭ ୟୁନିଟ ପ୍ରସ୍ତୁତ କରାଯାଇଥିଲା । ୨୦୧୬ରୁ ନେଇ ବର୍ତ୍ତମାନ ଯାଏ ଋଷ ଏୟାରଫୋର୍ସର ଲଙ୍ଗ ରେଞ୍ଜ ଆଭିଏସନ ବ୍ରାଞ୍ଚରେ ୧୬ ବିମାନ ମହଜୁଦ ରହିଛି । ଋଷର ଯୋଜନା ରହିଛି ଯେ ନିଜ ସେନାରେ ୫୦ଟି ଟିୟୁ-୧୬୦ ବ୍ଲାକ ଜ୍ୟାକ୍ ବମ୍ବର ସାମିଲ କରିବ ।

ଟିୟୁ-୧୬୦ ବ୍ଲାକ ଜ୍ୟାକ୍ ବମ୍ବରକୁ ଏକାସାଙ୍ଗରେ ୪ ଜଣ ଉଡାଇଥାନ୍ତି । ଏଥିରେ ଜଣେ ପାଇଲଟ, ଜଣେ ସହ ପାଇଲଟ, ଜଣେ ବମ୍ବାଡିୟର ଏଲଂ ଜଣେ ଡିଫେନ୍ସ ସିଷ୍ଟମ ଅଫିସର ରହିଥାନ୍ତି । ଏହି ବିମାନ ୧୭୭.୬ ଫୁଟ ଲମ୍ବ, ୪୩ ଫୁଟ ଉଚ୍ଚ । ଖାଲି ପ୍ଲେନର ଓଜନ ୧.୧୦ ଲକ୍ଷ କିଲୋଗ୍ରାମ ।

ସେହିଭଳି ଟିୟୁ-୧୬୦ ବ୍ଲାକ ଜ୍ୟାକ୍ ବମ୍ବର ୪୦ ହଜାର ୨୬ ଫୁଟ ଉଚ୍ଚତାରୁ ଅଧିକ ତମ ୨୨୨୦ କିଲୋମିଟର ପ୍ରତିଘଣ୍ଟା ବେଗରେ ଉଡିପାରେ । ତେବେ ସାଧାରଣ ଭାବେ ଏହା ୯୬୦ କିମି ପ୍ରତି କିଲୋମିଟର ବେଗରେ ଉଡିଥାଏ । ଗୋଟିଏ ଥରରେ ଏହା ୧୨ ହଜାର ୩ ଶହ କିଲୋମିଟର ଉଡାଣ କରିପାରେ । ଯୁଦ୍ଧ ସମୟରେ ଏହାର କମ୍ବାକ୍ଟ ରେଞ୍ଜ ୨ ହଜାର କିଲୋମିଟର । ଏହାର ସବସୋନିକ ଗତି ବଢାଯାଇ ୭୩୦୦ କିଲୋମିଟର କରାଯାଇପାରିବ । ଯାହା ସର୍ବାଧିକ ୫୨ ହଜାର ଫୁଟ ଯାଏ ଉଡାଣ କରିପାରିବ । ଆକାଶରେ ଉଡିବା ପୂର୍ବର ଗତି ୧୪ ହଜାର କିମି ପ୍ରତି ଘଣ୍ଟା ।

ତେବେ ବର୍ତ୍ତମାନ ପ୍ରସଙ୍ଗ ହେଉଛି ଏହା ଯଦି ଭାରତୀୟ ବାୟୁ ସେନାରେ ସାମିଲ ହୁଏ ତେବେ ଦେଶରେ କୌଣସି ବି କଣରେ ମାତ୍ର କିଛି ମିନିଟରେ ପହଞ୍ଚିପାରିବ । ଶତ୍ରକୁ ଜବାବ ଦେବା ପାଇଁ ଏହା ଦେଶର ପ୍ରମୁଖ ଅସ୍ତ୍ର ହୋଇପାରିବ ।