ଥରହର ହେବ ଶତ୍ରୁ ଶିବିର, ନିମିଷକେ ବଡ ବଡ ବିଲ୍ଡିଂକୁ ଧ୍ୱଂସ କରିଦେବ ଭାରତର ଏହି ବ୍ରହ୍ମାସ୍ତ୍ର । ଇସ୍ରାଏଲ ଠାରୁ ୧୦୦ରୁ ଅଧିକ ସ୍ପାଇସ ବମ୍ କିଣିବ ଭାରତ ।

241

ଥରହର ହେବ ଶତ୍ରୁ ଶିବିର । ଇସ୍ରାଏଲ ଠାରୁ ୧୦୦ରୁ ଅଧିକ ସ୍ପାଇଶ ବମ୍ କିଣିବ ଭାରତ । ଏନେଇ ଇସ୍ରାଏଲ ସହ ଚୁକ୍ତି କରିଛି ଭାରତ । ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ଏହି ଡିଲ୍ ହୋଇଥିବା ଆଗାମୀ ୩ ମାସ ମଧ୍ୟରେ ଏହି ବମକୁ ଭାରତକୁ ଦେବ ଇସ୍ରାଏଲ । ଏହି ବମକୁ ପୂର୍ବରୁ ବାଲାକୋଟ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ସମୟରେ ବ୍ୟବହାର କରିଥିଲା ଭାରତୀୟ ବାୟୁସେନା ।

OLYMPUS DIGITAL CAMERA

ଏହି ଅତ୍ୟାଧୁନିକ ସ୍ପାଇସ ବମର ସବୁଠୁ ବଡ ବିଶେଷ୍ୱତ ହେଉଛି, ଏହା ଶତ୍ରୁପକ୍ଷ ଉପରେ ସଠିକ୍ ଟାର୍ଗେଟ କରିପାରିବ । ସ୍ପାଇସ ବମ୍ ଏକାସାଙ୍ଗରେ ୨୦୦୦ ବଙ୍କରକୁ ଧ୍ୱଂସ କରିପାରିବ । କିଛି ବର୍ଷ ପୂର୍ବେ ଭାରତ ଅତ୍ୟାଧୁନିକ ବମ ସ୍ପାଇସ-୨୦୦୦ର ୨୦୦ଟି ୟୁନିଟ୍ ଇସ୍ରାଏଲ ଠାରୁ କିଣିଥିଲା । ଯାହାକୁ ବାଲାକୋଟ ଏୟାରଷ୍ଟ୍ରାଇକରେ ବ୍ୟବହାର କରିଥିଲା ଭାରତୀୟ ବାୟୁସେନା । ଏହାଛଡା ସୁଖୋଇ-୩୦ ସହ ପରୀକ୍ଷଣ ସମୟରେ ମଧ୍ୟ ଏହି ବମର ବ୍ୟବହାର କରାଯାଇଥିଲା ।

ବାଲାକୋଟ ଆକ୍ରମଣ ସମୟରେ ଏହି ବମ୍ ଏଥିପାଇଁ ବ୍ୟବହାର କରାଯାଇଥିଲା କାରଣ ଆତଙ୍କବାଦୀ ମାନେ ବିଲ୍ଡିଂ ମଧ୍ୟରେ ଲୁଚି ରହିଥିଲେ । ଏହି ବମ୍ ପ୍ରଥମେ ଟାର୍ଗେଟରେ ଗର୍ତ୍ତ କରିବା ପରେ ଭିତରେ ପଡିଥାଏ । ଭାରତୀୟ ବାୟୁସେନା ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଉପରେ ୬ଟି ବମ ପକାଇଥିଲେ । ଆଉ ଆଖି ପିଛୁଳାକେ ଧ୍ୱଂସ ହୋଇଯାଇଥିଲା ଆତଙ୍କୀଙ୍କ ଆଡ୍ଡାସ୍ଥଳୀ ।