୯୧ ରନରେ ହାରିଲା ଶ୍ରୀଲଙ୍କା, ସିରିଜ ହାତେଇଲା ଭାରତ

5,014

କନକ ବ୍ୟୁରୋ: ଆଜି ଶ୍ରୀଲଙ୍କା ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ସୂର୍ଯ୍ୟକୁମାର ବିସ୍ଫୋରକ ବ୍ୟାଟିଂ କରିଥିଲେ । ବୋଲରମାନେ ମଧ୍ୟ ଚମତ୍କାର ବ୍ୟାଟିଂ କରି ଭାରତକୁ ବିଜୟୀ କରାଇଛନ୍ତି । ଭାରତ ଏହି ମ୍ୟାଚରେ ଶ୍ରୀଲଙ୍କାଠାରୁ ୯୧ ରନର ବଡ ବ୍ୟବଧାନରେ ବିଜୟ ହାସଲ କରିଛି ।

ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଓପନର ଇଶାନ କିଷାନ ବିଫଳ ହେଲା ପରେ ଶୁଭମନ ଗିଲ, ରାହୁଲ ତ୍ରିପାଠୀ ସୂର୍ଯ କୁମାର ଯାଦବ ଚମତ୍କାର ପ୍ରଦର୍ଶନ କରିଥିଲେ । ଛକା ଚୌକା ବର୍ଷା କରି ଭାରତୀୟ ସ୍କୋରକୁ ଆଗେଇ ନେଇଥିଲେ । ଦଳ ପକ୍ଷରୁ ସୂର୍ଯ୍ୟକୁମାର ୧୧୨, ଶୁଭମନ ଗିଲ ୪୬, ରାହୁଲ ତ୍ରିପାଠୀ ୩୫ ରନ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୫ ୱିକେଟ ହରାଇ ୨୨୮ ରନ କରିବାରେ ସଫଳ ହୋଇଥିଲା ।

ପରେ ଶ୍ରୀଲଙ୍କା ୨୨୮ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା । ହେଲେ ଏତେ ବଡ ବିଜୟ ଲକ୍ଷ୍ୟ ପୁରଣ କରିବା ସମ୍ଭବ ହୋଇନଥିଲା । ଦଳ ପକ୍ଷରୁ କେହି ବି ବଡ ସ୍କୋର କରିପାରିନଥିଲେ । ଫଳରେ ଦଳ ୧୬ ଓଭର ୪ଟି ବଲ ଖେଳି ୧୩୭ ରନରେ ଅଲଆଉଟ ହୋଇଯାଇଥିଲା ।