ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦। ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଆରମ୍ଭ। 

92

କନକ ବ୍ୟୁରୋ : ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ଲଢ଼େଇ । ମ୍ୟାଚ ପାଇଁ ଦିନ ୩ଟାରୁ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଆରମ୍ଭ ହୋଇଯାଇଛି । ଅପରାହ୍ନ ୩ଟାରୁ ସବୁ ଗେଟ୍ ଖୋଲାଯାଇଛି । ଟିକେଟରେ ଉଲ୍ଲେଖ ଥିବା ଗେଟ୍ ନମ୍ବର ଅନୁସାରେ ଦର୍ଶକ ଷ୍ଟାଡିୟମ ଭିତରକୁ ପ୍ରବେଶ କରୁଛନ୍ତି । ପ୍ରବେଶ ପଥରେ କଡାକଡି ଭାବେ ଟିକେଟ ଯାଞ୍ଚ କରାଯାଉଛି ।  ଯାଞ୍ଚ ସମୟରେ ଜାଲ ଟିକେଟ ଧରାପଡିଲେ ସମ୍ପୃକ୍ତ ଦର୍ଶକଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଷ୍ଟାଡିୟମ ଭିତରୁ ଥରେ ବାହାରିସାରିବା ପରେ ଆଉ ଥରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ସେହିପରି ଦୁଇଚକିଆ ଯାନ ନେଇ ଆସିଥିବା ଦର୍ଶକମାନେ  ଷ୍ଟାଡିୟମକୁ ଆସିବା ପୂର୍ବରୁ ନିଜ ହେପାଜତରେ ହେଲମେଟ୍ ବାହାରେ ରଖି ଆସିବାକୁ କୁହାଯାଇଛି । ଦର୍ଶକଙ୍କୁ ବିଡି , ସିଗାରେଟ୍, ଦିଆସିଲ୍, ଲାଇଟର , ବ୍ୟାଗ, ବାଡି, ବୋତଲ, ବ୍ୟାନର, ପାଣି ପାଉଚ୍, ପାଣି ବୋତଲ, ବାରଣ କରାଯାଇଛି । ଏମିତିକି ଦର୍ଶକ ସେମାନଙ୍କ ପକେଟରେ ଖୁଚୁରା ପଇସା ରଖିପାରିବେ ନାହିଁ । ସମସ୍ତସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।