ଚୀନ ହାଇଟେକ୍ନୋଲୋଜିର ମିଳିତ ମୁକାବିଲା କରିବେ ଭାରତ-ଆମେରିକା: ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷର ଆଇସିଇଟି ବୁଝାମଣା

905

କନକ ବ୍ୟୁରୋ: ଆମେରିକା ସହ ନୂଆ ବୁଝାମଣା ସ୍ୱାକ୍ଷର କଲା ଭାରତ । ‘ଇନିସିଏଟିଭ ଅନ କ୍ରିଟିକାଲ ଇଇମଜିଂଗ ଟେକ୍ନୋଲୋଜି’ ବା ଆଇସିଇଟି ବୁଝାମଣା ସ୍ୱାକ୍ଷର ହୋଇଛି । ଭାରତୀୟ ସୁରକ୍ଷା ପରାର୍ମଶଦାତା ଅଜିତ ଡୋଭାଲ ୱାଶିଂଟନରେ ଆମରିକାର ଏନଏସଏନ ଜ୍ୟାକ୍ ସୁଲିବନଙ୍କ ସହ ଦ୍ୱିପାକ୍ଷୀକ ଆଲୋଚନା କରିଥିଲେ । ଏହି ବୁଝାମଣା ମାଧ୍ୟମରେ ଚୀନର ସେମିକଣ୍ଡକ୍ଟର୍ସ, ମିଲିଟ୍ରି ଇକ୍ୱିପମେଂଟ ଓ ଆଟିଫିସିଆଲ ଇଟେଂଲିଜେନ୍ସର ମୁକାବିଲା କରିହେବ । ଭାରତ ସହ ଏହି ବୁଝାମଣା କରି ଆମେରିକା ସୁରକ୍ଷିତ ଟେକ୍ନେଲୋଜି ଇକୋସିଷ୍ଟମ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛି । ଯାହା ଉଭୟ ଭାରତ ଓ ଆମେରିକା ପାଇଁ ଗେମଚେଂଜର ସାବ୍ୟସ୍ତ ହେବ । ଏଥିସହ ଏହି ବୁଝାମଣା ଆଗକୁ ଶକ୍ତିଶାଳୀ ଚୀନର ସବୁ ପ୍ରକାର ଚାଲର ମାତ ଦେଇପାରିବ । ଆଡାଭାନ୍ସ ଟେକ୍ନୋଲୋଜି ବୁଝାମଣାରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ସ୍ପେଶରେ ସର୍ଭିସିଂ, ଆସେମ୍ବଲି, ମ୍ୟାନିଫାକୁଚର କିଭଳି କରାଯିବ ? ମହାକାଶ ଯାନର ଅଧିକର ଅଧିକ ଉପଯୋଗ କିଭଳି କରାଯିବ? କମ ଦରରେ କିଭଳି ବିଭିନ୍ନ ଅନ୍ତରୀକ୍ଷ ଯାନକୁ ଲଂଚ କରାଯିବ? ଲୋକାଲ ଓ ୱାଇଡ ଫିଲ୍ଡ ଇମରଜିଂଗ ପାଇଁ ସେନସର କିଭଳି ବିକଶିତ କରାଯିବ? ସ୍ପେଶ ପ୍ରୋପେଲସନ କିଭଳି ପ୍ରସ୍ତୁତ ହେବ? ବୈଠକରେ ଏନେଇ ଆଲୋଚନା କରାଯାଇଛି । ଅନ୍ୟପଟେ ଚୀନର ଟେଲିକମ ଟେକ୍ନୋଲୋଜିକୁ ଟକ୍କର ଦେବା ପାଇଁ ଆମେରିକା ୱେଷ୍ଟର୍ଣ୍ଣ ମୋବାଇଲ ନେଟୱର୍କ ବୃଦ୍ଧି ଉପରେ ଅଧିକ ଜୋର ଦେଉଛି ।