ବିକଶିତ ଭାରତ ପାଇଁ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ, ୫ ସଙ୍କଳ୍ପ । ଲାଲକିଲାରୁ ଦେଶବାସୀଙ୍କୁ ମୋଦୀଙ୍କ ଆହ୍ୱାନ 

323

କନକ ବ୍ୟୁରୋ: ଲାଲକିଲାରୁ ଜାତୀୟ ଧ୍ୱଜା ଉତ୍ତୋଳନ ପରେ ଦେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶକୁ ସମ୍ପୂର୍ଣ୍ଣ ବିକଶିତ କରିବାକୁ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ୫ଟି ଦୃଢ ସଙ୍କଳ୍ପ ନେବାକୁ ଅହ୍ୱାନ ଦେଲେ ମୋଦୀ ।

 ଆଗାମୀ ୨୫ ବର୍ଷରେ ‘ପାଞ୍ଚ ସଙ୍କଳ୍ପ’ଉପରେ ନିଜର ଶକ୍ତି, ସାମର୍ଥ୍ୟକୁ କେନ୍ଦ୍ରିତ କରିବାକୁ ପଡିବ । ଥରେ ଏହି ସଙ୍କଳ୍ପ ନେଇ ଆଗକୁ ବଢିଲେ ନିର୍ଦ୍ଧାରିତ ଲକ୍ଷ ସ୍ଥଳ ବେଶି ଦୂର ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ମୋଦୀଙ୍କ ୫ ସଙ୍କଳ୍ପ: 

‘ଭାରତକୁ ବିକଶିତ ଦେଶ କରିବା ପ୍ରଥମ ଲକ୍ଷ୍ୟ

ଦ୍ୱିତୀୟରେ ଦେଶରେ ଗୋଲାମୀର ଚିହ୍ନବର୍ଣ୍ଣ ରହିବ ନାହିଁ

ତୃତୀୟରେ ପ୍ରତ୍ୟେକ ଦେଶବାସୀ ନିଜକୁ ଉଚ୍ଚ ସଂସ୍କୃତି ସମ୍ପନ୍ନ ଭାବି ଆଗେଇଯିବା ଉଚିତ  ।

ଚତୁର୍ଥରେ ଦେଶର ୧୩୦ କୋଟି ଜନତାଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ଏବଂ

ପଞ୍ଚମରେ ଦେଶର ପ୍ରତି ନାଗରିକ ଦେଶ ପ୍ରତି ଥିବା ନିଜର କର୍ତ୍ତବ୍ୟବୋଧକୁ ଅଗ୍ରାଧିକାର ଦେବା ଉଚିତ । ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ମୁଖ୍ୟମନ୍ତ୍ରୀ ଯେପରି ଏଥିରୁ କେହି ବି ବାଦ ପଡିନେ ନାହିଁ ।’

ଆସନ୍ତା ୨୫ ବର୍ଷ ପାଇଁ ଏହି ୫ଟି ସଂକଳ୍ପ ଆଧାରରେ ପ୍ରତି ଦେଶବାସୀଙ୍କୁ ଧ୍ୟାନ ଦେବାକୁ ପଡିବ। କାରଣ ଆଗାମୀ ୨୫ ବର୍ଷ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାସହ ଯୁବପିଢ଼ିଙ୍କୁ ସଂକଳ୍ପ ନେଇ କାମ କରିବା ଉଚିତ। ପଞ୍ଚ ପ୍ରଣ ବା ସଙ୍କଳ୍ପକୁ ନେଇ ଆମେ ସ୍ୱାଧୀନତାର ଶହେ ବର୍ଷ ପାଳିବୁ ବୋଲି ମୋଦି ଲାଲକିଲ୍ଲାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଦେଶ ପାଇଁ ଶପଥ ନେଇଛନ୍ତି।