ଏବି ଡିଭିଲିୟର୍ସଙ୍କୁ ପଛରେ ପକାଇଲେ ରୋହିତ ଶର୍ମା । ଅନ୍ତର୍ଜାତୀୟ କ୍ରିକେଟରେ ହାସଲ କଲେ ଏହି ଉପଲବ୍ଧି ।

144

କନକ ବ୍ୟୁରୋ: ଏବି ଡିଭିଲିୟର୍ସଙ୍କ ଟପିଲେ ରୋହିତ ଶର୍ମା । ମିଷ୍ଟର ୩୬୦ଙ୍କୁ ପଛରେ ପକାଇଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍ । ଆଜି ଭାରତ-ଶ୍ରୀଲଙ୍କା ଭିତରେ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ଆଉ ଏହି ମ୍ୟାଚରେ ଏହି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି ରୋହିତ ଶର୍ମା ।

ତେବେ ଆଜି ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ଓପନିଂ ଯୋଡିରେ ରୋହିତ-ଶୁଭମନ୍ ୯୫ ରନ୍ କରିଥିଲେ । ତେବେ କ୍ୟାପଟେନ୍ ରୋହିତ ଶର୍ମା ଯେତେବେଳେ ବ୍ୟକ୍ତିଗତ ୨୪ ରନରେ ପହଞ୍ଚିଥିଲେ, ସେତେବେଳେ ସେ ଏବି ଡିଭିଲିୟର୍ସଙ୍କୁ ପଛରେ ପକାଇ ଦେଇଥିଲେ ।

ଅସଲ କଥା ହେଉଛି, ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ସବୁଠୁ ଅଧିକ ରନ୍ ହାସଲ କରିବା ଖେଳାଳିଙ୍କ ଭିତରେ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ଖେଳାଳି ଏବି ଡିଭିଲିୟର୍ସଙ୍କୁ ପଛରେ ପକାଇଛନ୍ତି । ଏହି ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମା ୨୩୦ଟି ଇଂନିସରେ ୯୫୫୪ ରନ୍ କରି ୧୮ ନମ୍ବର ରାଙ୍କରେ ଥିଲେ । ଆଉ ଏବି ଡିଭିଲିୟର୍ସ ୧୭ ନମ୍ବର ସ୍ଥାନରେ ଥିଲେ । ତେବେ ରୋହିତ ବ୍ୟକ୍ତିଗତ ୨୪ ରନ୍ କରିବା ପରେ ଏହି ଡିଭିଲିୟର୍ସଙ୍କୁ କାଟିବା ସହ ୧୭ ନମ୍ବର ସ୍ଥାନକୁ ଉଠିିଛନ୍ତି ।

ଦିନିକିଆରେ ସବୁଠୁ ଅଧିକ ରନ୍ ହାସଲ କରିବା ଦିଗରେ ସଚ୍ଚିନ ତେନ୍ଦୁଲକର ସବୁଠୁ ଆଗରେ ରହିଛନ୍ତି । ଏହା ପଛରୁ ଶ୍ରୀଲଙ୍କାର କ୍ରିକେଟର କୁମାର ସାଙ୍ଗାକାରା, ଅଷ୍ଟ୍ରେଲିଆର ଅଧିନାୟକ ରିକି ପଣ୍ଟିଂ, ସନଥ ଜୟସୁୁରିଆ ଓ ମାହେଲା ଜୟବର୍ଦ୍ଧନେ ରହିଛନ୍ତି ।