ଘନେଇଲା ଫଲୋଅନ୍ ବିପଦ : ପୂଜାରା, ପନ୍ତଙ୍କ ପ୍ରତିଆକ୍ରମଣ ସତ୍ୱେ ଦୃଢ଼ ସ୍ଥିତିରେ ଇଂଲଣ୍ଡ ଦଳ

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୩୨୧ ରନରେ ପଛୁଆ ଭାରତୀୟ ଟିମ୍; ହାତରେ ଅଛି ଆଉ ୪ ୱିକେଟ 

71

କନକ ବ୍ୟୁରୋ : ୫୭୮ ରନର ପିଛା କରୁଥିବା ଭାରତୀୟ ଦଳ ପାଇଁ ଫଲୋଅନ୍ ବିପଦ ଘନେଇଛି । ଚେତେଶ୍ୱର ପୂଜାର ଓ ଋଷଭ ପନ୍ଥ ମଧ୍ୟ ପନ୍ତଙ୍କ ପ୍ରତିଆକ୍ରମଣ ଏଥିରୁ ସୁରକ୍ଷା ଦେଇପାରିନାହିଁ । ହାତରେ ମାତ୍ର ୪ୱିକେଟ ଥିବାବେଳେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୬ ୱିକେଟ ବିନିମୟରେ ମାତ୍ର ୨୫୭ ରନ୍ କରିବାକୁ ସକ୍ଷମ ହୋଇଛି । ଅର୍ଥାତ ଏବେବି ଘରୋଇ ଦଳ ଇଂଲଣ୍ଡର ପ୍ରଥମ ପାଳି ଆଧାରରେ ୩୨୧ ରନ୍ ପଛରେ ରହିଛି ।

ଇଂଲଣ୍ଡ ପ୍ରଥମ ପାଳିରେ ୫୭୮ ରନ୍ କରି ପ୍ରଥମ ଇନିିଂସ ଶେଷ କରିଥିଲା । ଅଧିନାୟକ ଜୋ-ରୁଟ୍ କେବଳ ୨୧୮ ରନ୍ କରିଥିଲେ । ଭାରତୀୟ ଟିମ୍ ପକ୍ଷରୁ ଓପନିଙ୍ଗ କରିଥିଲେ ଶୁଭମନ ଗିଲ ଓ ରୋହିତ ଶର୍ମା । ମାତ୍ର ୬ ରନ୍ କରି ରୋହିତ ଶର୍ମା ଆଉଟ୍ ହୋଇଯାଇଥିଲେ । ତାପରେ ପଡିଆକୁ ଆସିଥିଲେ ଚେତେଶ୍ୱର ପୂଜାରା । ସେ ୧୭୩ଟି ବଲ୍ ଖେଳି ୭୩ ରନ କରିବାରେ ସକ୍ଷମ ହୋଇଥିଲେ । ଶୁଭମନ ଗିଲ ୨୮ଟି ବଲ୍ ଖେଳି ୨୯ ରନ୍ ସଂଗ୍ରହ କରିଥିଲେ ।

ଅଧିନାୟକ ବିରାଟ କୋହଲି ୪୮ଟି ବଲ ଖେଳି ମାତ୍ର ୧୧ ରନ୍ କରି ଆଉଟ୍ ହୋଇଯାଇଥିଲେ । ଭାରତର ମାତ୍ର ୭୩ ରନ୍ ବେଳକୁ ଭାରତୀୟ ଟିମ୍ ତାର ୪ଟି ମୂଲ୍ୟବାନ ୱିକେଟ ହରାଇ ସାରିଥିଲା । ତେବେ ଭାରତର ସ୍ଥିତିକୁ ନିୟନ୍ତ୍ରଣ କରିବାରେ ଋଷଭ ପନ୍ଥ ଓ ୱାଶିଂଟନ ସୁନ୍ଦର ବଡ ଉଦ୍ୟମ କରିଥିଲେ । ପନ୍ଥ ୮୮ଟି ବଲ ଖେଳି ୯୧ ରନ୍ ସଂଗ୍ରହ କରିବା ପରେ ଆଉଟ୍ ହୋଇଥିଲେ । ତୃତୀୟ ଦିନ ଶେଷ ବେଳକୁ ୱାଶିଂଟନ  ସୁନ୍ଦର ୩୩ ରନ୍ କରି ଅପରାଜିତ ଥିବାବେଳେ ଓ ରବିଚନ୍ଦ୍ରନ ଅଶ୍ୱିନୀ ୮ ରନ୍ ସଂଗ୍ରହ କରି ଅପରାଜିତ ରହିଛନ୍ତି ।