ଅହମଦାବାଦ ଟେଷ୍ଟର ଆଜି ଶେଷ ଦିନ : ଏବେ ବି ୮୮ ରନ୍ ଆଗରେ ଭାରତ; ଅଶ୍ୱିନୀ, ଜାଡେଜା ଓ ଅକ୍ଷରଙ୍କ ଉପରେ ନଜର

99

କନକ ବ୍ୟୁରୋ : ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅହମଦାବାଦରେ ଚାଲିଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ । ଭାରତ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆକୁ ୯୧ ରନ ଲିଡ ଦେଇଛି । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ବିନା କୌଣସି ୱିକେଟ ହରାଇ ୩ ରନ କରିଛି । ଆଜି ପିଚରେ ଯଦି ବଲ ଟର୍ଣ୍ଣ ହୁଏ, ତେବେ ଭାରତର ମ୍ୟାଚ ଜିତିବା ଆଶା ଉଜ୍ଜିବିତ ରହିବ ।

ଦ୍ୱିତୀୟ ସେସନ ସୁଦ୍ଧା ଯଦି ଭାରତ ଅଷ୍ଟ୍ରେଲିଆକୁ ୨୦୦ ରନ ଭିତରେ ଅଲଆଉଟ କରିଦେଉଛି, ତେବେ ଭାରତ ମ୍ୟାଚ ଜିତିପାରିବ । ଗତକାଲି ବିରାଟ କୋହଲିଙ୍କ ୧୮୬ ରନ ପାଳି ଏବଂ ଅକ୍ସର ପଟେଲଙ୍କ ୭୯ ରନର ଇନିସ୍ ଯୋଗୁଁ ଭାରତ ୫୭୧ ରନ କରିବାରେ ସକ୍ଷମ ହୋଇଥିଲା ।

ଯଦି ଭାରତ ଏହି ମ୍ୟାଚ ଜିତୁଛି, ତେବେ ସିଧାସଳଖ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପ୍ରବେଶ କରିବ । ନଚେତ୍ ଶ୍ରୀଲଙ୍କା ଫାଇନାଲ ଯିବାର ସୁଯୋଗ ସୃଷ୍ଟି ହେବ । ଯଦି ନ୍ୟୁଜିଲାଣ୍ଡ ସହ ଚାଲିଥିବା ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଶ୍ରୀଲଙ୍କା ଜିତେ, ତେବେ ଭାରତକୁ ପଛରେ ପକାଇ ଶ୍ରୀଲଙ୍କା ଫାଇନାଲ ଯିବ ।