ଦ୍ୱିତୀୟ ଟି ୨୦ରେ ଭାରତର ରୋମାଞ୍ଚକର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଲେ ରୋହିତ ସେନା

378

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚକୁ ରୋମାଂଚକର ଢଙ୍ଗରେ ଜିତିନେଇଛି ଭାରତ । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା ଭାରତ । ପଡ଼ିଆ ଓଦା ଥିବାରୁ ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା, ଆଉ ମ୍ୟାଚକୁ ୮ ଓଭର ଲେଖାଏଁ କମାଇ ଦିଆଯାଇଥିଲା । ପ୍ରଥମ ଅଷ୍ଟ୍ରେଲିଆ ଦଳ ଧୂଆଁଧାର ବ୍ୟାଟିଂ କରିବା ଆରମ୍ଭ କରିଦେଇଥିଲା । ଅଧିନାୟକ ଆରୋନ ଫି ୧୫ ବଲରୁ ୩୧ ରନ୍ କରିଥିବା ବେଳେ ମାଥ୍ୟୁ ୱେଡ୍ ୨୦ ବଲରୁ ୪୩ ରନ୍ କରି ନଟଆଉଟ୍ ରହିଥିଲେ । ଫଳରେ ୮ ୱଭରରେ ୫ ୱିକେଟ ହରାଇ କଙ୍ଗାରୁ ଦଳ ୯୦ ରନ୍ କରିଥିଲା ।
ଭାରତ ପକ୍ଷରୁ ଅକ୍ଷର ପଟେଲ ୨ଟି ୱିକେଟ ନେଇଥିଲେ । ଜବାବରେ ଭାରତୀୟ ବ୍ୟାଟର ମଧ୍ୟ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଅଧିନାୟକ ରୋହିତ ଶର୍ମା ଗୋଟିଏ ପରେ ଗୋଟିଏ ଚମକ୍ରାର ସଟ୍ ମାରିଚାଲିଥିଲେ । ରୋହିତ ମାତ୍ର ୨୦ଟି ବଲରୁ ୪ଟି ଛକା ଓ ୪ଟି ଚୌକା ସହାୟତାରେ ୪୬ ରନ୍ କରି ନଟଆଉଟ୍ ରହିଥିଲେ । ଶେଷ ଓଭରରେ ଦୁଇଟି ବଲରେ ୧୦ ରନ୍ କରି ଭାରତକୁ ବିଜୟୀ କରାଇଥିଲେ ଦୀନେଶ କାର୍ତିକ । ଏହି ବିଜୟ ସହ ଭାରତ ଟି-୨୦ ସିରିଜକୁ ବରାବର ସ୍ଥିତିକୁ ଆଣିଛି । ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଏବେ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି ।