ବଢିଲା ଆୟକର ରିଟର୍ଣ୍ଣ ପୈଠର ଅବଧି ! ଅଗଷ୍ଟ ୫ ପର୍ଯ୍ୟନ୍ତ ଡେଡଲାଇନ୍ ଘୁଂଚାଇଲେ କେନ୍ଦ୍ର ସରକାର

23

କନକ ବ୍ୟୁରୋ : ବଢିଲା ଆୟକର ରିଟର୍ଣ୍ଣ ପୈଠର ଅବଧି । ଆଜି ଆୟକର ରିଟର୍ଣ୍ଣ ପାଇଁ ଶେଷ ଦିନ ଥିଲା।କେନ୍ଦ୍ର ସରକାର ଏହି ସମୟ ଅବଧିକୁ ଆହୁରି ୫ ଦିନ ପାଇଁ ବଢାଇ ଦେଇଛନ୍ତି । ଏବେ ଆୟକର ଦାତା ଆର୍ଥିକ ବର୍ଷ ୨୦୧୬-୧୭ ପାଇଁ ଅଗଷ୍ଟ ୫ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ।

ବହୁ ପରିମାଣରେ କରଦାତା ସେମାନଙ୍କର ରିଟର୍ଣ୍ଣ ପୈଠ କରି ପାରି ନଥିବାରୁ ଆୟକର ବିଭାଗ ବାଧ୍ୟ ହୋଇ ନିଜର ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି । ସୂଚନା ଅନୁସାରେ ଅଗଷ୍ଟ ୫ହେବ ଶେଷ ତାରିଖ । ଏହା ପରେ ଆଉ ବିଭାଗ ପକ୍ଷରୁ ଅବଧିକୁ ବଢ଼ାଯିବ ନାହିଁ ବୋଲି ଜଣାପଡ଼ିଛି । ଆୟକର ବିଭାଗକୁ ଏପର୍ଯ୍ୟନ୍ତ ୨କୋଟି କରତାତା ଇଲେକଟ୍ରୋନିକ ମାଧ୍ୟମରେ ରିଟର୍ଣ୍ଣ ଦାଖଲ କରି ସାରିଥିବା ବେଳେ ଅନେକ କରି ନାହାନ୍ତି । ସେଥିପାଇଁ ନିର୍ଦ୍ଦାରିତ ସମୟ ମଧ୍ୟରେ ରିଟର୍ଣ୍ଣ ଦାଖଲ କରିବାକୁ ଆୟକର ବିଭାଗ ନିବେଦନ କରିଛନ୍ତି ।