୨୦୧୯ ନିର୍ବାଚନରେ କଂଗ୍ରେସର ହାତ ଖାଲି ! ପୁଣି କେନ୍ଦ୍ରରେ ଫୁଟିବକି ପଦ୍ମ ସରକାର?

35

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରରେ କାହାର ରାଜୁତି ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସାଧାରଣରେ ଲୋକମାନେ ବଭିନ୍ନ ରାଜନୈତିକ ଦଳର ଉଥାନପତନକୁ ଦେଖି କେଉଁ ଦଳ ୨୦୧୯ ନିର୍ବାଚନରେ କ୍ଷମତାକୁ ଆସିବ ତାହା ଉପରେ ଆଲୋଚନା କରୁଛନ୍ତି । ଗତ କିଛିଦିନ ତଳେ କର୍ଣ୍ଣାଟକରେ ବିଜେପିକୁ ସରକାର ଗଢ଼ିବା ପାଇଁ ରୋକିବାରେ ସମର୍ଥ ହୋଇଛି କଂଗ୍ରେସ । ଯେଉଁଥି ପାଇଁ କଂଗ୍ରେସ ଶିବିରରେ ଉତ୍ସାହ ଦେଖାଦେଇଛି । କିନ୍ତୁ ୨୦୧୯ ନିର୍ବାଚନରେ ମୋଦି ସରକାରକୁ ରୋକି କଂଗ୍ରେସ କ୍ଷମତାକୁ ଆସିବାର ସ୍ୱପ୍ନ ଅଧୁରା ରହିଯିବା ଭଳି ଦେଖାଯାଉଛି । କାରଣ ୫ ମାସ ହେବ କଂଗ୍ରେସ ଦଳ ସଙ୍କଟରେ ପଡିଥିବା ଶୁଣିବାକୁ ମିଳିଛି ।

 

ବିଶେଷ ସୂତ୍ରରୁ ଜଣାପଡିଛି ଯେ ଗତ ପାଞ୍ଚ ମାସ ହେବ କଂଗ୍ରେସ ଦଳ ଅନେକ ପ୍ରକାରର ଆର୍ଥିକ ସମସ୍ୟାରେ ଗତିକରୁଛି । ମିଳିଥିବା ସୂଚନା ମୁତାବକ ଦେଶରେ ଥିବା ବିଭିନ୍ନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ହାଇକମାଣ୍ଡ କୁଆଡେ ଟଙ୍କା ଦେଉ ନାହାଁନ୍ତି । ତେବେ ଏହାସତ୍ୱେ କଂଗ୍ରେସକୁ କ୍ରିୟାଶୀଳ ହୋଇ ବିଭିନ୍ନ ପ୍ରଦେଶ କଂଗ୍ରେସ ଶାଖାର ବରିଷ୍ଠ ନେତାମାନଙ୍କର ଖର୍ଚ୍ଚ ଟିକେ କମ କରିବା କ୍ଷେତ୍ରରେ ସହାୟତା ଲୋଢ଼ିଛନ୍ତି ହାଇକମାଣ୍ଡ ବୋଲି ସୁଚନା ମିଳିଛି । ଏତିକିରେ ସରିନି କଂଗ୍ରେସର ସମସ୍ୟା ବୋଝ ଉପରେ ନଳିତା ବିଡା ପରି ଆଉ ଏକ ସମସ୍ୟା ସାମ୍ନାକୁ ଆସିଛି ଯେ ଶିଳ୍ପପତିମାନେ ମଧ୍ୟ କଂଗ୍ରେସ ହାତ ଛାଡି ଦେଇଥିବା ଜଣାପଡିଛି । ଶିଳ୍ପପତି ମାନଙ୍କ ଠାରୁ ଆସୁଥିବା ଆର୍ଥିକ ପାଣ୍ଠିରେ ବି ଲାଗାମ ଲାଗିଛି । ଯେଉଁଥି ପାଇଁ ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀମାନଙ୍କ ପାଈଁ କଂଗ୍ରେସ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ ।

congress

କଂଗ୍ରେସ ପାଖରେ ରାଜସ୍ୱ ପାଣ୍ଠି ନଥିବା ସ୍ୱୀକାର କରିଛନ୍ତି କଂଗ୍ରେସ ଦଳର ସୋସିଆଲ ମିଡିଆ ଡିପାର୍ଟମେଣ୍ଟ ର ମୁଖ୍ୟ ଦିବ୍ୟା ସ୍ପନ୍ଦନା । ଦିବ୍ୟା କହିଛନ୍ତି ଯେ ବିଜେପି ଭଳି କଂଗ୍ରେସର ଇଲୋକଟ୍ରାଲ ଫଣ୍ଡ୍ ଆଉ ମିଳୁ ନାହିଁ, ଯେଉଁଥି ପାଇଁ କଂଗ୍ରେସକୁ ଅନଲାଇନ୍ ମାଧ୍ୟମରୁ ପାଣ୍ଠି ସଂଗ୍ରହ କରିବାକୁ ପଡୁଛି । ଯଦି କଂଗ୍ରେସ ଦଳରେ ଏଭଳି ଆର୍ଥିକ ସମସ୍ୟା ଲାଗି ରହି. ତାହାହେଲେ ବାକିଥିବା କଂଗ୍ରେସ ଶାସିତ ରାଜ୍ୟକୁ ନିଜ କବଜାକୁ ନେଇ ଯିବ ବିଜେପି । ବର୍ତ୍ତମାନ ବିଜେପି ୨୧ଟି ରାଜ୍ୟରେ ପଦ୍ମ ଫୁଟାଇବାରେ ସମର୍ଥ ହୋଇଛି । ଅନ୍ୟପଟେ କଂଗ୍ରେସ ପାଖରେ ୨୦୧୩ ମସିହାରେ ୧୫ଟି ରାଜ୍ୟରେ କ୍ଷମତା ଥିବା ବେଳେ ବର୍ତ୍ତମାନ ଏହା ଖସି ୩ରେ ପହଁଚିଛି । ଯାହା କଂଗ୍ରେସ ପାଇଁ ଅଗାମୀ ୨୦୧୯ ନିର୍ବାଚନକୁ ଶୁଭ ସଂକେତ ଦେଉ ନାହିଁ ।

ସେହିଭଳି ୱାସିଂଟନ ଡିସିର ଅନ୍ତରାଷ୍ଟ୍ରୀୟ ଶାନ୍ତି କର୍ନେଗାର ବରିଷ୍ଠ ସଦସ୍ୟ ମିଲନ ବୈଷ୍ଣବଙ୍କ ସୂଚନା ମୁତାବକ ଶିଳ୍ପପତିମାନେ ମଧ୍ୟ କଂଗ୍ରେସ ଠାରୁ ସମଦୂରତା ରକ୍ଷା କରୁଛନ୍ତି । ସେପଟେ ବିଜେପି ଆଗାମୀ ୨୦୧୯ ନିର୍ବାଚନ ପାଇଁ ଉପଯୁକ୍ତ ପାଣ୍ଠି ଏକଜୁଟ କରିଥିବା ଆଲୋଚନା ହେଉଛି । ୨୦୧୭ ଆର୍ଥିକ ବର୍ଷ ବିଜେପି ତୁଳନାରେ କଂଗ୍ରେସ ଏକ ଚତୁର୍ଥାଂଶ ରାଜସ୍ୱ ଫଣ୍ଡ ଜମା କରିଥିଲା । ଆସୋସିଏସନ ଡେମୋକ୍ରାଟିକ୍ ରିଫାର୍ମସ ରିପୋର୍ଟ ମୁତାବକ ବିଜେପି ୨୦୧୭ ଆର୍ଥିକ ବର୍ଷ ୧୫୨ ମିଲିୟନ ଡଲାର ଯଥା ଏକ ହଜାର ୩୪ କୋଟି ଟଙ୍କାର ଫଣ୍ଡ ଥିବା ଘୋଷଣା କରିଥିଲା । ଅପରପକ୍ଷେ କଂଗ୍ରେସର ୨୨୫ କୋଟି ଟଙ୍କା ଫଣ୍ଡ ଥିବା ଜଣାପଡିଛି । ତେବେ କଂଗ୍ରେସର ଏଭଳି ଦୟନୀୟ ଆର୍ଥିକ ସ୍ଥିତି ପାଇଁ ବରିଷ୍ଠ ନେତା ମାନେ ମଧ୍ୟ ବିମାନ ଯାତ୍ରା ସୁବିଧା ପାଇପାରୁ ନାହାଁନ୍ତି ।

କଂଗ୍ରେସର ଏକ ବରିଷ୍ଠ ସଦସ୍ୟ ସୂଚନା ଅନୁସାରେ ଏଭଳି ଆର୍ଥିକ ସମସ୍ୟା ଆସନ୍ତା ୨୦୧୯ ନିର୍ବାଚନ ଉପରେ ଗୁରୁତର ପ୍ରଭାବ ପକାଇବ । ନିର୍ବାଚନ ପ୍ରଚାର ଏବଂ ଦଳୀୟ କର୍ମୀଙ୍କୁ ଏକତ୍ରୀତ କରିବାରେ ଦଳର ସ୍ଥିତି ସଙ୍କଟାପନ୍ନ ହୋଇ ପଡିବ । ସେପଟେ ବିଜେପି ତାର ନୂତନ ଦଳୀୟ ମୁଖ୍ୟ କାର୍ଯ୍ୟାଳୟକୁ ଦିଲ୍ଲୀରେ ହିଁ ଚଳାଉଥିବାବେଳେ କଂଗ୍ରେସ ଦଳର ନୂଆ କାର୍ଯ୍ୟାଳୟ ପାଇଁ ଅର୍ଥର ଅଭାବ ଦେଖିବାକୁ ମଳିଛି । ତେବେ ଏହା କହିବା ବାହୁଲ୍ୟ ଯେ ୨୦୧୯ ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେବା ପାଇଁ ଏକ ଶକ୍ତିାଳୀ ବିରୋଧୀଭାବେ କଂଗ୍ରେସ ତାର ଦବଦବା ଜାହିର କରିବ । ଯାହା ପାଖରେ ଅର୍ଥ ଅଛି ତାର ପ୍ରଚାର ପ୍ରସାର ଜୋରଦାର ହେବ ଏକଥା ସାଧାରର ଲୋକଙ୍କୁ ଜଣା ।