ସୁନ୍ଦରଗଡକୁ ନବୀନଙ୍କ ୪୯୧୫ କୋଟି ଟଙ୍କାର ଭେଟି । ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଦେଶର ବଡ ହକି ଷ୍ଟାଡିୟମର କଲେ ଭିତ୍ତିପ୍ରସ୍ତର ସ୍ଥାପନ ।

72

କନକ ବ୍ୟୁରୋ : ସୁନ୍ଦରଗଡକୁ ୪୯୧୫ କୋଟି ଟଙ୍କାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାର ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳରୁ ସୁନ୍ଦରଗଡବାସୀଙ୍କୁ ଏହି ବଡ ଭେଟି ଦେଇଛନ୍ତି ନବୀନ । ସୁନ୍ଦରଗଡ଼ ଜିଲ୍ଲାଗସ୍ତ କରି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ନବୀନ । ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପାନୀୟ ଜଳ ପ୍ରକଳ୍ପ ପାଇଁ ୧ ହଜାର ୬ଶହ ୧୧କୋଟି, ଜଳସେଚନ ପାଇଁ ୩ଶହ ୨୦ କୋଟି, ସ୍ୱାସ୍ଥ୍ୟସେବା ପାଇଁ ଶହେ ୧୧ କୋଟି, ରାସ୍ତାର ବିକାଶ ପାଇଁ ହଜାରେ ୬୦ କୋଟି, ଶିକ୍ଷା ପାଇଁ ୩୬୭ କୋଟି, ପରିମଳ ପାଇଁ ୨୫୦ କୋଟି, ସ୍ମାର୍ଟ ସିଟି ରାଉରକେଲା ପାଇଁ ୪୭୧ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୩୫ କୋଟିର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ରାଉରକେଲାରେ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡ଼ିୟମର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ଯେଉଁଠି ଆଗାମୀ ୨୦୨୩ରେ ହକି ବିଶ୍ୱକପ ଅନୁଷ୍ଠିତ ହେବ ।