କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ କେବେ ସମାପ୍ତ ହେବ ତାହା ଏବେ ପ୍ରଶ୍ନବାଚୀ ହୋଇପଡିଛି । ଗୋଟିଏ ପଟେ ଧିରେ ଧିରେ ଋଷସେନା ଦଖଲରୁ ନିଜ ଦେଶକୁ ୟୁକ୍ରେନ ମୁକ୍ତ କରିବାରେ ଲାଗିଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବୁଧବାର ଦିନ ପୁଟିନ ଘୋଷଣା କରିଛନ୍ତି କି ଋଷ ତରଫରୁ ଆହୁରି କିଛି ସୈନ୍ୟ ୟୁକ୍ରେନକୁ ପଠାଯିବ ।

Advertisment

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ପୁଟିନ କହିଛନ୍ତି କି ତାଙ୍କ ପାଖରେ ରିଜର୍ଭ ଥିବା ୨ ମିଲିୟନ ସେନାକୁ ସେ ୟୁକ୍ରେନ ପଠାଇ ନିଜ ଦେଶର ସୀମାକୁ ସୁରକ୍ଷା ଦେବେ । ଏହାସହ ପଶ୍ଚିମଦେଶମାନେ ଋଷକୁ ବର୍ବାଦ କରିବା ସହ ୟୁକ୍ରେନର ଶାନ୍ତି ଚାହୁଁ ନାହାଁନ୍ତି । ସେପଟେ ପୁଟିନ ଆହୁରି କହିଛନ୍ତି କି ନିଜର ମାତୃଭୂମୀ ଓ ତାର ସୀମା ସୁରକ୍ଷା ପାଇଁ ଆହୁରି ସେନା ୟୁକ୍ରେନ ପଠାଇବାକୁ ଋଷ ଜେନରାଲ ଅନୁମତି ଦେବା ଆବଶ୍ୟକ ।

ସୂଚନା ଥାଉକି ଏବେ ଡୋନଷ୍ଟକର ୬୦ ପ୍ରତିଶତ ଅଂଶ ଋଷ ସେନାଙ୍କ ଦଖଲରେ ରହିଛି । ଏହାସହ ଲୁହାନସ୍କ ସହର ପୁରା ଋଷ ସେନାଙ୍କ ଦଖଲରେ ,ରହିଛି । ହେଲେ ଋଷ ସେନା ଏବେ ୟୁକ୍ରେନ ସେନା ଆଗରେ ପରାଜିତ ହେବା ଭଳି ଲାଗୁଚନ୍ତି । କାରଣ ଖାରକିବ ଅଞ୍ଚଳରୁ ଋଷ ସେନାଙ୍କୁ ବାହାର କରିଦେଇଛି ୟୁକ୍ରେନ ସେନା ।