ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀ ବୁଶାରାଙ୍କ ଅଡିଓ ଲିକ୍, ଜାଣନ୍ତୁ କେମିତି ବିରୋଧୀଙ୍କୁ ଚୁପ କରାଇବାକୁ କରୁଥିଲେ ଷଡଯନ୍ତ୍ର

206

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତୃତୀୟ ପତ୍ନର ବୁଶାରା ବିବି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ତାଙ୍କର ଏକ ଅଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଅଡିଓରେ ସେ ଇମ୍ରାନଙ୍କ ରାଜନୈତିକ ପାର୍ଟି ପିଟିଆଇର ସୋସିଆଲ ମିଡିଆ ମୁଖ୍ୟ ଡ.ଅରସଲାନ ଖାଲିଦଙ୍କୁ ଦେଶଦ୍ରୋହ ପ୍ରସଙ୍ଗ ପ୍ରଚାର କରିବାକୁ ନିର୍ଦ୍ଦେଶ ଦେଉଥିବା ଶୁଣିବାକୁ ମିଳିଛି ।

୨ ମିନିଟର ଏହି ଅଡିଓ କ୍ଲିପ ଶନିବାର ରାତିରେ ସାମ୍ନାକୁ ଆସିଛି । ଏହି ଅଡିଓରେ ପ୍ରଥମେ ବୁଶାରା ଡ, ଅରସଲାନଙ୍କ ପ୍ରତି ଅସନ୍ତୁଷ୍ଟ ଜାହିର କରିଛନ୍ତି । ଏହାପରେ ବୁଶାରା ଅରସଲାନଙ୍କୁ କହୁଛନ୍ତି କି ଆପଣମାନେ ଏହି ସମୟରେ ଆକ୍ଟିଭ ରହିବା ଆବଶ୍ୟକ । ହେଲେ ଯେତେବେଳେ ଅରସଲାନ ନିଷ୍କ୍ରିୟ ରହିବାର କାରଣ କହିବା ଆରମ୍ଭ କରୁଛନ୍ତି ବୁଶାରା ତାଙ୍କୁ ଅଟକାଉଛନ୍ତି ଓ ତାଙ୍କ କଥାକୁ ଧ୍ୟାନର ସହ ଶୁଣିବାକୁ ପରାମର୍ଶ ଦେଉଛନ୍ତି ।

ଗଣମାଧ୍ୟମର ରିପୋର୍ଟ ମୁତାବକ ଏହାପରେ ବୁଶାରା ବିବି କହୁଛନ୍ତି କି, ‘ଅଲିମ ଖାନ ଓ ଅନ୍ୟ ଲୋକମାନେ ଇମ୍ରାନ ଖାନ ଓ ଫରହା ଖାନଙ୍କ ବିରୋଧରେ ବୟାନବାଜୀ କରୁଛନ୍ତି, ତେଣୁ ସେମାନଙ୍କୁ ଅଟକାଇବା ପାଇଁ ସେମାନେ ଦେଶଦ୍ରୋହୀ ବୋଲି ସୋସିଆଲ ମିଡିଆରେ ଏକ ନେରେଟିଭ ସେଟ କରିବା ଦରକାର’

କହିରଖୁ କି ଇମ୍ରାନ ଖାନ ଏବେ ପାକିସ୍ତାନର ବିଦାୟୀ ପ୍ରଧାନମନ୍ତ୍ରୀ । ତାଙ୍କ ନିଜ ଦଳର କିଛି ନେତା ଓ ବିରୋଧୀଙ୍କ ଆକ୍ରୋସରେ ଶିକାର ହୋଇ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି । ତାଙ୍କ ସରକାର ସମୟରେ ପାକିସ୍ତାନରେ ଦେଖାଦେଇଥିବା ଆର୍ଥିକ ସଂକଟ ପାଇଁ ସେ ଗାଦିଚ୍ୟୁତ୍ ହୋଇଛନ୍ତି ବୋଲି ଗଣମାଧ୍ୟମ ସେତେବେଳେ ଜୋର ଦେଇଥିଲା ।