କନକ ବ୍ୟୁରୋ: ପୁରୀରେ ହେତୁବାଦୀଙ୍କ ବିରୋଧରେ ମାମଲା । ହେତୁବାଦୀଙ୍କ ବିରୋଧରେ ମାମଲା ରୁଜୁ । ଦୁଇ ଜଣେ ହେତୁବାଦୀ ଦେବେନ୍ଦ୍ର ସୁତାର ଓ ପ୍ରତାପ ରଥଙ୍କ ନାଁରେ ମାମଲା ରୁଜୁ କଲା ଓଡିଶା ବ୍ରାହ୍ମଣ ସମାଜ ଓ ଅଖିଳ ଭାରତୀୟ ହିନ୍ଦୁ ମହାସଭା । ଗତକାଲି ସିଂହଦ୍ୱାର ଓ ପୁରୀ ଟାଉନ୍ ଥାନାରେ ଏତେଲା ଦିଯାଇଥିଲା । ମାମଲାକୁ ନେଇ ତଦନ୍ତ ଆରମ୍ଭ ହୋଇ ସାରିଥିବା ସୂଚନା ଦେଇଛନ୍ତି ପୁରୀ ସିଟି ଡିଏସପି କେକେ ହରିପ୍ରସାଦ । ଏତଲା ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପୁରୀ ସିଟି ଡିଏସପି ସୂଚନା ଦେଇଛନ୍ତି । ଏହି ଅଧାରରେ ଉଭୟ ଦେବେନ୍ଦ୍ର ସୁତାର ଓ ପ୍ରତାପ ରଥଙ୍କୁ ସପ୍ତାହକ ମଧ୍ୟରେ ହାଜର ହେବାକୁ ନୋଟିସ୍ ଜାରି କରାଯିବ । ଥାନାକୁ ଡାକି ପଚରା ଉଚୁରା କରାଯିବା ସହ ସେମାନଙ୍କ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି ପୁରୀ ସିଟି ଡିଏସପି ।
ପୁରୀରେ ହେତୁବାଦୀଙ୍କ ବିରୋଧରେ ମାମଲା ରୁଜୁ: ସପ୍ତାହକ ମଧ୍ୟରେ ହାଜର ହେବାକୁ ନୋଟିସ୍
/kanak/media/post_attachments/wp-content/uploads/2022/10/2-47.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)