ରେକର୍ଡ ଭାଙ୍ଗିଲା ମହାମାରୀ: ରାଜ୍ୟରେ ସର୍ବାଧିକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ; ସଂଗରୋଧରୁ ୭୨୧ ଓ ସ୍ଥାନୀୟ ଅଞ୍ଚଳରୁ ୩୫୭

847

କନକ ବ୍ୟୁରୋ: ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ମହାମାରୀ । ଆଜି ଗୋଟିଏ ଦିନରେ ସର୍ବାଧିକ ୧୦୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୮ ଜିଲ୍ଲାରୁ ଆଜି ସର୍ବାଧିକ ୧୦୭୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବଢିଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ୭୨୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୫୭ ଲୋକାଲ କଣ୍ଟାକ୍ଟ ରହିଛି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୯ ହଜାର ୮୩୫କୁ ବୃଦ୍ଧି ପାଇଛି ।

ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଧା ଜିଲ୍ଲାରୁ ୧୨୧ , ରାୟଗଡାରୁ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୫୭, ମାଲକାନଗିରିରୁ ୬୬, ଜଗତସିଂହପୁରରୁ ୩୫, ଝାରସୁଗୁଡାରୁ ୩୪, କେନ୍ଦ୍ରାପଡାରୁ ୨୪, ସୁନ୍ଦରଗଡରୁ ୨୯ ଆକ୍ରାନ୍ତ ଅଛନ୍ତି । ଯାଜପୁରରୁ ୨୦, ଗଜପତିରୁ ୨୪, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୩, ମୟୂରଭଂଜରୁ ୧୩, କେନ୍ଦୁଝର ୧୬, କୋରାପୁଟରୁ ୧୫, ସଂବଲପୁରରୁ ୨୦, ପୁରୀରୁ ୨୮, ସୋନପୁରରୁ ୧୦, ନବରଙ୍ଗପୁରରୁ ୧୭, ବାଲେଶ୍ୱରରୁ ୧୦, ବରଗଡରୁ ୨୬ , ବଲାଙ୍ଗିରରୁ ୬, ବୌଦ୍ଧରୁ ୩, ଢେଙ୍କାନାଳରୁ ୨, ନୟାଗଡରୁ ୫, ଭଦ୍ରକ ଓ ଅନୁଗୁଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି ୧୦୭୮ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୯ ହଜାର ୮୩୫ରେ ପହଁଚିଛି । ରାଜ୍ୟରେ ଏବେ ଆକ୍ଟିଭ୍ ମାମଲା ସଂଖ୍ୟା ୬ ହଜାର ୩୮୭ ଜଣ ରହିଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ଚିକିତ୍ସା ପରେ ସୁସ୍ଥ ହେଉଛନ୍ତି ୪୦୦ ଜଣ । ଚିକିତ୍ସା ପରେ ମୋଟ୍ ସୁସ୍ଥ ସଂଖ୍ୟା ୧୩ ହଜାର ୩୦୯ କୁ ବୃଦ୍ଧି ହୋଇଛି ।