ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଦୋକାନୀଙ୍କ ନୂଆ ଫର୍ମୁଲା! ସର୍ଟଲେସ ହୋଇ ବିକୁଛନ୍ତି ଚିକେନ୍, ସେଲସମ୍ୟାନଙ୍କ ସିକ୍ସ ପ୍ୟାକ ଦେଖିବାକୁ ଦୋକାନକୁ ଟାଣି ହୋଇ ଆସୁଛନ୍ତି ଗ୍ରାହକ

169

ନିଜର ବିଜନେସକୁ ଆଗକୁ ନେବାକୁ କିଏ କେତେ କୌଶଳ ଆପଣାଏ । କେମିତି ଜମିବ ଗ୍ରାହକଙ୍କ ଭିଡ ଆଉ ବେପାର ବି ଜମିବ । ହେଲେ ଦିଲ୍ଲୀରେ ଏବେ ଜଣେ ଯୁବକ ଏକ ଅଭିନବ ଉପାୟ ଆପଣେଇଛନ୍ତି ନିଜର ଚିକେନ ବ୍ୟବସାୟ ବଢାଇବା ପାଇଁ । ସାର୍ଟଲେସ ହୋଇ ବିକୁଛନ୍ତି ଚିକେନ୍ । ନିଜର ସିକ୍ସ ପ୍ୟାକ ଆବସରେ ଆକର୍ଷିତ କରୁଛନ୍ତି ଗ୍ରାହକଙ୍କୁ । ଯାହାର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଇଛି । ତେବେ ଅଭିନବ ଉପାୟରେ ନିଜର ବିଜନେସକୁ ଆଗେଇ ନେଉଥିବା ଏହି ଯୁବକ ଜଣକ ହେଉଛନ୍ତି ସିହୟୁ ନିଓ ।

ମଲେସିଆର କ୍ୱିଟେନ୍ ସହରର ବାସିନ୍ଦା ହେଉଛନ୍ତି ସିହୟୁ । ହେଲେ ଏବେ ଦିଲ୍ଲୀରେ ସେ ନିଜର ବ୍ୟବସାୟ ଚଳାଇଛନ୍ତି । ସାଧାରଣତଃ ସର୍ଟଲେସ୍ ଅନ୍ଦାଜରେ ସମସ୍ତେ ସଲମାନ ଖାନଙ୍କୁ ପସନ୍ଦ କରିଥାନ୍ତି । ସର୍ଟଲେସ୍ ହେଇ ସଲମାନ ଝିଅଙ୍କ ମଧ୍ୟରେ ବେଶ୍ ପପୁଲାର । ସେଥିପାଇଁ ଝିଅଙ୍କ ମଧ୍ୟରେ ସଲମାନଙ୍କ କ୍ରେଜ ଅଧିକ । ଆଉ ଭାଇଜାନଙ୍କ ଫର୍ମୁଲାକୁ ଆପଣେଇ ନେଇଛନ୍ତି ସିହୟୁ । ଦିଲ୍ଲୀରେ ସେ ଏବେ ସର୍ଟଲେସ୍ ଚିକେନବାଲା ଭାବେ ବେଶ୍ ପପୁଲାର, ଆଉ ଖାସ୍ କରି ଝିଅଙ୍କ ମଧ୍ୟର୍ ତାଙ୍କର କ୍ରେଜ ଅଧିକ ।ସୋସିଆଲ ମିଡିଆରେ ଏହି ସର୍ଟଲେସ ବୟ ଏବେ ଭାରି ଚର୍ଚ୍ଚାରେ ।

ଦିଲ୍ଲୀରେ ଅନେକ ଷ୍ଟ୍ରିଟ ଫୁଡ ଦୋକାନ ରହିଛି, ତେଣୁ ଏମିତି କଣ କଲେ ତାଙ୍କ ଦୋକାନରେ ଗ୍ରାହକଙ୍କ ଭିଡ ଜମିବ , ତାହାକୁ ଦୃଷ୍ଟିରେ ରଖି ଏଭଳି ଉପାୟ ଆପଣେଇଛନ୍ତି ସିହୟୁ । ବର୍ଷା ହେଉ କି ଶୀତ ସବୁବେଳେ ସର୍ଟଲେସ ସିହୟୁ । ଏବେ ଦିଲ୍ଲୀରେ ତାଙ୍କ ବିଜନେସ୍ ସଫଳତାର ସହ ଆଗେଇ ଚାଲିଛି । ଦିଲ୍ଲୀରେ ତାଙ୍କର ଦୁଇଟି ଦୋକାନ ମଧ୍ୟ ରହିଛି । ଜଷ୍ଟ ଫୁଡ ନାମରେ ସେ ତାଙ୍କ ଦୋକାନ ଦେଇଛନ୍ତି । ଯେଉଁଠାରେ ନନଭେଜର ବହୁ ଭେରାଇଟି ଆଇଟମ ରହିଛି । ଖାସ୍ କରି ଚିକେନ ଓ ମଟନ ସ୍ଲାଇସ ଯାହାକି ଏହିଠାରେ ହିଁ ମିଳିଥାଏ । ତେବେ ସିହୟୁଙ୍କ ଫୁଡଷ୍ଟଲରେ ସ୍ପେଶାଲ ମଲେସିଆନ ଫୁଡ ବକ୍ କାୱାର ଚାହିଦା ରହିଛି । ଖାସକରି ଯୁବପିଢୀଙ୍କ ମଧରେ ଏହି ଆଇଟମର ବହୁତ ଚାହିଦା ରହିଛି ।

ସିହୟୁ ନିଓ ନିଜ ମାଆଙ୍କ ସହ ଏବେ ଏହି ଫୁଡଷ୍ଟଲ ଚଲାଉଛନ୍ତି । ଦିଲ୍ଲୀର ରାସ୍ତାରେ ଯାଉଥିବା ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରନ୍ତି ସିହୟୁ । ଖାସ କରି ମହିଳା ଓ ଯୁବତୀ ସିହୟୁଙ୍କ ଫ୍ୟାନ । ତାଙ୍କ ହାତ ତିଆରି ବକ୍ କାୱା ଖାଇବା ପାଇଁ ସତେ ଯେମିତି ପାଗଳ ଏମାନେ । କେବଳ ଖାଇବା ନୁହେଁ ବରଂ ଅନେକ ମହିଳା ଓ ଯୁବତୀ ତାଙ୍କ ବଡିକୁ ଛୁଇଁବା ସହ ଦେଖିବାକୁ ଅନେକ ଦୂରରୁ ଆସିଥାନ୍ତି । ତେବେ ତାଙ୍କର ଦୋକାନକୁ ଲୋକପ୍ରିୟ କରିବାକୁ ସିହୟୁ ସୋସିଆଲ ମିଡିଆର ସହାୟତା ଲୋଡିଛନ୍ତି । ଫେସବୁକରେ ନିଜର ସର୍ଟଲେସ ଫଟୋ ସହ ଦୋକାନର ଫଟୋ ସେୟାର କରିଛନ୍ତି ସିହୟୁ । ଏହାସହ ତାଙ୍କର ଦୋକାନରେ ସମସ୍ତ ଖାଦ୍ୟ ପରିଷ୍କାର ଢଙ୍ଗରେ କରାଯିବା ସହ ସ୍ୱାଦିଷ୍ଟ ହୋଇଥାଏ ବୋଲି ଫେସବୁକରେ ଲେଖିଛନ୍ତି । ଯେଉଁଥିପାଇଁ ତାଙ୍କ ଦୋକାନରେ ଦିନକୁ ଦିନ ଭିଡ ବଢିବାରେ ଲାଗିଛି ।

ଦିଲ୍ଲୀର ଏତେ ଥଣ୍ଡାରେ ସିହୟୁ ସର୍ଟଲେସ ହୋଇ ତାଙ୍କ ବିଜନେସ୍ ଚଳାଇଛନ୍ତି । ଯାହାକି ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ତେବେ ସର୍ଟଲେସ ହୋଇ ବଲିଉଡ ଷ୍ଟାର ଯେତିକି ପପୁଲାର ହେଇଛନ୍ତି ଏବେ ସିହୟୁ ମଧ୍ୟ ନିଜର ସର୍ଟଲେସ ଅନ୍ଦାଜ ପାଇଁ ଦିଲ୍ଲୀରେ ବେଶ ପପୁଲାର ।