ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ ଓ ପରମ୍ପରାବାଦୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ: ମାରପିଟ ଯୋଗୁଁ ପୁଲିସର ଲାଠିଚାର୍ଜ

105

କନକ ବ୍ୟୁରୋ: ଯେଉଁ ଆଶଙ୍କା କରାଯାଉଥିଲା, ଅବିକଳ ତାହା ହିଁ ଘଟିଛି । ପାକତ୍ୟାଗକୁ ବିରୋଧକରି ହେତୁବାଦୀମାନେ ସାମୂହିକ ଭୋଜନ ପାଇଁ ଆସର ଜମାଇଥିବା ବେଳେ ପ୍ରତିବାଦ ପାଇଁ ପହଂଚିଯାଇଥିଲେ ପରମ୍ପରାବାଦୀ । ବ୍ରହ୍ମପୁରରେ ବଜରଙ୍ଗ ଦଳର କର୍ମୀ ଏବଂ ହେତୁବାଦୀଙ୍କ ମଧ୍ୟରେ ଯୁକ୍ତିତର୍କରୁ ଆରମ୍ଭ ହୋଇଥିଲା ଅପ୍ରତିକର ପରିସ୍ଥିତି । ଯାହା ପିଟାପିଟି ଯାଏଁ ପହଂଚିଯାଇଥିଲା । ସ୍ଥିତି ଅଣାୟତ ହେବାରୁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା ।

ଭୁବନେଶ୍ୱରର ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ସମାଜ ସଂସ୍କାରରେ ବିଜ୍ଞାନ ଭୂମିକା ନେଇ ଲୋହିଆ ଏକାଡେମୀରେ ଆଲୋଚନା ଚାଲିଥିଲା । ଆଲୋଚନା ପରେ ବିରିୟାନିର ଆସର ପାଇଁ ପ୍ରସ୍ତୁତି ହୋଇଥିଲା । ଠିକ୍ ଏହା ପୂର୍ବରୁ ଘଂଟବଜାଇ ପହଂଚିଯାଇଥିଲେ ପରମ୍ପରାବାଦୀ । ହେତୁବାଦୀଙ୍କୁ ବିରୋଧ କରିବା ସହ ଢ଼େଲା-ପଥର ମାଡ଼ କରିଥିଲେ । ଯାହାକୁ ନେଇ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପରମ୍ପରାବାଦୀଙ୍କ ଗଣ୍ଡଗୋଳ ପରେ ହେତୁବାଦୀଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା । ଆଉ ବିରୋଧ ସତ୍ୱେ ପୁଣି ବିରିୟାନୀ ଖାଇଥିଲେ ହେତୁବାଦୀ । ସୂର୍ଯ୍ୟପରାଗ ଭଳି ଚନ୍ଦ୍ରଗ୍ରହଣରେ ବି ଚିକେନ୍ ବିରିଆନି ଖାଇଛନ୍ତି ହେତୁବାଦୀ । ଏଥିପାଇଁ ଲୋହିଆ ଏକାଡେମୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

ପରମ୍ପରା ଓ ବିଜ୍ଞାନକୁ ନେଇ ଆସୁଥିବ ଦୁଇଟି ଯୁକ୍ତି ଭିତରେ ପ୍ରଶ୍ନ ହେଉଛି-
-ପ୍ରତିବାଦ କରିବା ଆଳରେ ଆଇନକୁ ହାତକୁ ହାତକୁ ନେଇ ପାରିବେ କି ପରମ୍ପରାବାଦୀ ?
-ବିଜ୍ଞାନର ଦ୍ୱାହୀ ଦେଇ ହେତୁବାଦୀମାନେ, ପରମ୍ପରାବାଦୀଙ୍କ ଭାବାବେଗକୁ ଆଘାତ ଦେଇପାରିବେ କି?