ବକେୟା ବିଜୁଳି ବିଲ୍ ଦେବାକୁ ଅସମର୍ଥ ଇମ୍ରାନ୍ ଖାନ୍ : ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସଚିବାଳୟରୁ ବିଦ୍ୟୁତ ସଂଯୋଗ କଟିବ 

668

କନକ ବ୍ୟୁରୋ : ଦେବାଳିଆ ପାକିସ୍ତାନ କାଙ୍ଗାଳ ଇମ୍ରାନ୍ ଖାନ୍ । ପରମାଣୁ ଯୁଦ୍ଧର ଧମକ ଦେଉଥିବା ଇମ୍ରାନ୍ ଖାନଙ୍କ ପାଖରେ ବିଜୁଲି ବିଲ୍ ପଇଠ ପାଇଁ ଟଙ୍କା ନାହିଁ । ଭାରତର ଅନ୍ତରୀଣ ମାମଲାରେ ମୁଣ୍ଡ ଖେଳାଉଥିବା ପାକିସ୍ତାନ୍ ଘର କଥା ସମ୍ଭାଳିପାରୁନି ହେଲେ ପଡ଼ୋଶୀ ଚିନ୍ତା ଘାରିଛି । ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ପାକିସ୍ତାନ ଏତେ କାଙ୍ଗାଳା ହେଲାଣି ଯେ ପ୍ରଧାନମନ୍ତ୍ରୀଙ୍କ ସଚିବାଳୟର ବିଜୁଳି ବିଲ୍ ପଇଠ ହୋଇପାରୁନି ।  ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଛି । ଆଉ ଏଥିପାଇଁ ଇସଲାମାବାଦ ସପ୍ଲାଇ କମ୍ପାନୀ ନୋଟିସ୍ ଜାରି କରିଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବିଜୁଳି ବିଲ୍ ପଇଠ କରିବାକୁ ଅସମର୍ଥ । କୋଟି କୋଟି ଟଙ୍କା ବିଜୁଳି ଦେୟ ବାକିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସଚିବାଳୟରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ପାକିସ୍ତାନ ଇସଲମାବାଦ୍ ଇଲେକ୍ଟ୍ରିକ ସପ୍ଲାଇ କମ୍ପାନୀର ୪୧ ଲକ୍ଷ ଟଙ୍କା ବାକି ପଡ଼ିଛି । ଥରକୁ ଥର ରିମାଇଣ୍ଡର ନୋଟିସ୍ ପଠାଇଲେ ମଧ୍ୟ ବକେୟା ବିଲ୍ ପଇଠ କରାଯାଉନି ବୋଲି ବିଦ୍ୟୁତ୍ ଯୋଗାଣ କମ୍ପାନୀ କହିଛି । ତେବେ ଏହା ନୂଆ କଥା ନୁହେଁ ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ହେଉଛି । ବକେୟା ବିଲ୍ ପଇଠ ନହେଲେ ବିଜୁଳି କାଟି ଦିଆଯିବ ବୋଲି ବାରମ୍ବାର ବିଦ୍ୟୁତ ଯୋଗାଣକାରୀ କମ୍ପାନୀ  ପକ୍ଷରୁ ଚେତାବନୀ ଦିଆଯାଉଛି ।

ଏଥିରୁ ସ୍ପଷ୍ଟ ହେଉଛି ଭାରତ ବିରୋଧୀ ଷଡ଼ଯନ୍ତ୍ର ପାକ୍ ଏପରି ମାତିଛି ଯେ ଦେଶ କଥା ଭୁଲି ଯାଉଛି । ଗୋଟିଏ ପଟେ ଲୋଖେ ଖାଇବା ଗଣ୍ଡିଏ ପାଇଁ ଡହକବିକଳ ହେଉଛନ୍ତି । ଆଉ ଏପଟେ ପ୍ରଧାନମନ୍ତ୍ରୀ ବକେୟା ବିଲ୍ ପଇଠ କରିପାରୁ ନାହାନ୍ତି ।  ପାକ୍ ଶାସକଙ୍କ ପାଖରେ ଲୋକଙ୍କ ପାଇଁ ଆଉ ଅଫିସ୍ କଥା ବୁଝିବା ପାଇଁ ସମୟ ନାହିଁ ।