ଆପଣ ପେଟିଏମ ବ୍ୟବହାର କରୁଛନ୍ତି କି? ତେବେ ଜାଣିରଖନ୍ତୁ କିପରି ଉଠାଇପାରିବେ ଲାଭ

ତେଣୁ ଦିନକୁ ଦିନ ଏହାର ବ୍ୟବହାର ପରିମାଣ ବଢିବାରେ ଲାଗିଛି

167

 କନକ ବ୍ୟୁରୋ : ପେଟିଏମ ଏକ ଏପରି ଆପ ଯାହାକୁ ବର୍ତମାନ ସମୟରେ ପ୍ରାୟତଃ ସାରା ଦେଶର ଜନସାଧାରଣ ବହୁଳ ଭାବରେ କରୁଛନ୍ତି ବ୍ୟବହାର । ବିଲ ଦେବାଠାରୁ ଆରମ୍ଭ କରି ଅନଲାଇନରେ ସପିଂ କରିବା ପର୍ଯ୍ୟନ୍ତ ଅନେକ କାମ ଏହାରି ମାଧ୍ୟମରେ ହିଁ ଲୋକମାନେ କରନ୍ତି । ଏହାରି ମାଧ୍ୟମରେ ହେଉଥିବା ପେମେଣ୍ଟର ମୁଖ୍ୟ କାରଣ ହେଉଛି ଯେ, ଏହାକୁ ବ୍ୟବହାର କଲେ ଗ୍ରାହକଙ୍କୁ ଅନେକ ପ୍ରକାର ଅଫର ମିଳୁଛି । ତେଣୁ ଦିନକୁ ଦିନ ଏହାର ବ୍ୟବହାର ପରିମାଣ ବଢିବାରେ ଲାଗିଛି ।

 

ଏହା ମାଧ୍ୟମରେ କେବଳ ସାମଗ୍ରୀ ନୁହେଁ ବରଂ ସୁନା ନେଣଦେଣ ମଧ୍ୟ କରିହେବା ଜଣାପଡିଛି । ବର୍ତମାନ ସମୟରେ ଦେଶରେ ଅନେକ ଯୁବକ ଏହାରି ମାଧ୍ୟମରେ ବ୍ୟବସାୟ ମଧ୍ୟ ଆରମ୍ଭ କରିଛନ୍ତି । ଯଦି କୌଣସି ବ୍ୟବସାୟୀଙ୍କର ବେପାର କମିଯାଇଛି ତେବେ ପେଟିଏମ ସାହାଯ୍ୟରେ ସେ ବେପାର ମଧ୍ୟ ବଢାଇପାରିବ । ପେଟିଏମର ଏଜେଣ୍ଟ ମଧ୍ୟ ରହିଥିବା ସୂଚନା ମିଳିଛି । ଯଦି ଆପଣ ରୋଜଗାର କରିବା ପାଇଁ ଇଚ୍ଛା ରଖିଛନ୍ତି ତେବେ ଏହାରି ମାଧ୍ୟମରେ ଅତି ସହଜରେ ଟଙ୍କା କମାଇପାରିବେ । କେବଳ ଏତିକି ନୁହେଁ ବରଂ ଏଥିରେ ନିଜର ଜିନିଷ ବିକ୍ରି କରିବାର ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ରହିଛି । ଆଜାକାଲି ସମୟରେ ବିଭିନ୍ନ ପ୍ରକାର ଅନଲାଇନ ମାଧ୍ୟମରେ ବେପାର ହେବା ଆରମ୍ଭ ହେଲାଣି । ତେଣୁ ଅଳ୍ପ ପରିଶ୍ରମରେ ଅଧିକ ଲାଭ ହୋଇପାରିବ ବୋଲି କେତେକ ବ୍ୟବସାୟୀ ମତ ଦେଇଛନ୍ତି ।