କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର!

390

କନକ ବ୍ୟୁରୋ: ଆଜି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।  ତେବେ ବିଧାନସଭା ଅଧିବେଶନ ଚାଲିଥିବାରୁ ଏନେଇ କୌଣସି ସୂଚନା ଦେଇନାହାନ୍ତି ।  କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ସୂଚନା ମିଳିଛି । ମୁଖ୍ୟତଃ ପଂଚାୟତ, ନଗର ଉନ୍ନୟନ ଓ ପୂର୍ତ ବିଭାଗର  କିଛି ପ୍ରସ୍ତାବ ଉପରେ ମୋହର ବାଜିଥିବା ଜଣାପଡିଛି । ସୂଚନା ଅନୁସାରେ, ଏସସିବି ମେଡିକାଲ ନିର୍ମାଣ ଟେଣ୍ଡର ଏଲ ଆଣ୍ଡ ଟି କୁ ଦିଆଯାଇଛି ।  ବିଭିନ୍ନ ପଂଚାୟତ ପୋଖରୀର ମାଛ ଚାଷ ପାଇଁ ନିଲାମ ପ୍ରକ୍ରିୟା ସ୍ୱଂୟ ସହାୟିକା ମହିଳା ପ୍ରଦାନ କରିବା ନିଷ୍ପତିକୁ ଅନୁମୋଦନ ମିଳିଛି ।