ବାତ୍ୟା ପରେ ବଦଳିଗଲା ବାଲୁଖଣ୍ଡ ଅଭୟାରଣ୍ୟର ଚିତ୍ର । ଫୋନି ଉଡାଇନେଲା ସବୁଜିମା, ମୂଳରୁ ଉପୁଡିଗଲା ବଡ ବଡ ଗଛ

ପୁରୀ ଜିଲ୍ଲାର ସୌନ୍ଦର୍ଯ୍ୟ ବଢାଉଥିବା ବାଲୁଖଣ୍ଡ ଅଭୟାରଣ୍ୟ ବାତ୍ୟା ପରେ ଛାରଖାର

121

କନକ ବ୍ୟୁରୋ : ପୁରୀ ଜିଲ୍ଲାର ସୌନ୍ଦର୍ଯ୍ୟ ବଢାଉଥିବା ବାଲୁଖଣ୍ଡ ଅଭୟାରଣ୍ୟ ବାତ୍ୟା ପରେ ଛାରଖାର । ପ୍ରାୟ ୭୪ ବର୍ଗ କିଲୋମିଟର ବ୍ୟାପି ଏହି ଅଭୟାରଣ୍ୟରେ ପ୍ରକୃତିର ପ୍ରଳୟ । ଦିନେ ଏହାର ସବୁଜିମା ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ବେଳେ ଏବେ ଖାଲି ଉଜୁଡା ଜଙ୍ଗଳ ।

ମୂଳରୁ ଭାଙ୍ଗିପଡିଛି ବଡ ବଡ ଗଛ । ଆଉ କାଁ ଭାଁ କେତୋଟି ଥୁଂଟା ଗଛ ଆକାଶକୁ ଚାହିଁ ରହିଛି । ସବୁଠାରୁ ବଡ କଥା ହେଉଛି ଅଭୟାରଣ୍ୟର ଆକର୍ଷଣ ପାଲଟିଥିବା ଚିତ୍ରା ହରିଣଙ୍କ ବାତ୍ୟା ପରଠୁ ଆଉ ଦେଖା ନାହିଁ ।