ବ୍ୟବସାୟୀ ସଂଘର ‘ଭାରତ ବନ୍ଦ’ ପାଳନ : କଟକ ଓ ଭୁବନେଶ୍ବରରେ ‘ମୋ ବସ୍’ ଚଳାଚଳ ସ୍ବାଭାବିକ

128

କନକ ବ୍ୟୁରୋ : ବ୍ୟବସାୟୀଙ୍କ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସାରା ରାଜ୍ୟରେ ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଛି । ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ ସଂଘ । ଫୁଟପାଥଠୁ ଆରମ୍ଭ କରି ଇଣ୍ଡଷ୍ଟ୍ରିଜ ଯାଏଁ ସବୁ ବନ୍ଦ ରହିଛି । ଓଡିଶାର ପ୍ରାୟ ୨୦ ଲକ୍ଷ ବ୍ୟବସାୟୀ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ଜିଏସଟି ନିୟମ ପରିବର୍ତନ, ଅନଲାଇନ ବ୍ୟବସାୟ ଉପରେ ଆଇନ ଆଣିବା ଏବଂ ଖାଦ୍ୟ ନିରପତା ମାନ ଆଇନକୁ ପରିବର୍ତନ କରିବା ଦାବିରେ ବନ୍ଦ ପାଳନ କରୁଛି ବ୍ୟବସାୟୀ ସଂଗଠନ । ତେବେ ଆଜିର ବନ୍ଦ ପାଳନ ସମୟରେ ଗାଡି ଚଳାଚଳ ସ୍ୱାଭାବିକ ରହିବ ବୋଲି ସୂଚନା ଦେଇଛି ଓଡିଶା ବ୍ୟବସାୟୀ ମହାସଂଘ ।

କଟକ, ଭୁବନେଶ୍ବର, ବାଲେଶ୍ବର, ଭଦ୍ରକ, ସମ୍ବଲପୁର ଓ ରାଉରକେଲା ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବସ୍ ଚଳାଚଳ ବନ୍ଦ ରହିଛି। କିନ୍ତୁ କଟକ ଓ ଭୁବନେଶ୍ବରରେ ‘ମୋ ବସ୍’ ଚଳାଚଳ ସ୍ବାଭାବିକ ରହିଛି । ତେବେ ରାସ୍ତାରେ ଆଜି କମସଂଖ୍ୟକ କାର୍, ଅଟୋ ଆଦି ଚାଲୁଥିବାର ଦେଖିବାକୁ ମିଳୁଛି । କୌଣସି ସ୍ଥାନରେ ଏଯାବତ୍ ଅପ୍ରୀତିକର ପରିସ୍ଥିତି ଘଟିଥିବାର ସୂଚନା ନାହିଁ ।