ବିଜେପି ଆକ୍ସନରେ ବିଜେଡିର ରିଆକ୍ସନ ! ଅମିତ ରାଜନୀତିର ବ୍ଲ୍ୟୁହ୍ୱେଲ ଭାଇରସ୍

37

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ରାଜ୍ୟରେ ନିର୍ବାଚନୀ ତାତି । ବିଜେପିର ଆକ୍ରମଣକୁ କାଉଣ୍ଟ କରି ବିଜେଡି କରିଛି ପ୍ରତି ଆକ୍ରମଣ । ମାନେ ଆଜି ବି ଦେଖିବାକୁ ମିଳିଥିଲା ବାକଯୁଦ୍ଧ । କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବକ୍ତବ୍ୟର ଉତ୍ତର ରଖିଛି ଦଳ । ବିଜେଡି ମୁଖପାତ୍ର ପ୍ରତାପ ଦେବ, ସଂଜୟ ଦାଶବର୍ମା ଓ ଅରୁଣ ସାହୁ ସାମ୍ବାଦିକ ସମ୍ମିଳନୀ ରେ ବିଜେପିକୁ ପ୍ରତି ଆକ୍ରମଣ କରିଛି ବିଜେଡି ।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଥିଲେ, କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଧର୍ମେନ୍ଦ୍ର ନିଜକୁ ହଳିଆ କହିଥିଲେ । କିନ୍ତୁ ବାରମ୍ବାର ଓଡିଶାକୁ ଗରୀବ କହିବା କି ହଳିଆର ପରିଚୟ । ଓଡିଶା ଚାଷୀଙ୍କ ପାଇଁ ରାଜ୍ୟ ସରକାର ବହୁତ କରିଛି । ହେଲେ ମଧ୍ୟ ପ୍ରଦେଶରେ ଚାଷୀଙ୍କୁ କାହିଁକି ଗୁଳି କରାଗଲା ।

ସ୍ୱାମୀନାଥନ କମିଟିର ଟୁଇଟର ଦେଖାଉଛନ୍ତି । ରାଘବ ସିଂଙ୍କ ସହ କଣ ଆଲୋଚନା ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ୨୦୨୨ ମସିହା ସୁଦ୍ଧା ଆୟ ବଢ଼ାଇବା ଉପରେ ଆଲୋଚନା ହୋଇଛି । କିନ୍ତୁ ସ୍ୱାମୀନାଥନ ରିପୋର୍ଟର ଉପଯୋଗ ନେଇ କୌଣସି ଆଲୋଚନା ହୋଇନି ବୋଲି ପ୍ରତାପ କହିଛନ୍ତି ।ପ୍ରକୃତରେ କଣ ଖାଦ୍ୟ ନିରାପତା ଆଇନ ବିପେି ଆଣିଛି କି ବୋଲି ପ୍ରଶ୍ନ କରିଛନ୍ତି ସେ । ବରଂ କହିଛନ୍ତି ବିଜେପି ଆସିବା ପୂର୍ବରୁ ଏହା ୨୦୧୩ରେ ପାସ ହୋଇଥିଲା । ତେଣୁ ବିଜେପି ସରକାରଙ୍କ କାର୍ଯ୍ୟକୁ ଆଇନ ଗତ ଭାବେ କରୁଛନ୍ତି, ବ୍ୟକ୍ତିଗତ ଭାବେ କେହି କରୁନାହାଁନ୍ତି ।

ଦାନ ମାଝି ଓ ନଗଡା ଭଳି ଘଟଣାର ଉଦାହରଣ ଦେଇ ଲାଂଛନା ଦେଉଛି ବିଜେପି । କିନ୍ତୁ ମଧ୍ୟପ୍ରଦେଶ ଓ ଗୁଜୁରାଟରେ ଏମିତି ଅନେକ ଘଟଣା ଅଛି । ଛତିଶଗଡ ଓ ଆସାମରେ ଘଟଣା ଘଟୁଥିବା ସୋସିଆଲ ମିଡିଆରେ ଆସୁଛି । ଏହା ବିଜେପିକୁ ଦେଖାଯାଉନି କି ବୋଲି ପ୍ରତାପ ଦେବ କହିଛନ୍ତି । ପ୍ରତାପ କହିଛନ୍ତି ରାଜ୍ୟ ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ ପୂର୍ବରୁ ସତ କଣ ମିଛ କଣ ଜାଣିବା ଦରକାର । ଭୂଲ ତଥ୍ୟ ଓ ଭୂଲ ଉକ୍ତିି ରଖି ଓଡିଶାର ଲୋକଙ୍କୁ ଭୁଆଁ ବୁଲାଯାଉଛି ।

ସଂଜୟ ଦାଶବର୍ମା କହିଥିଲେ ପ୍ରସ୍ତାବିତ ଶିଳ୍ପ କରିଡରରେ ଓଡିଶାକୁ ବାଦ ଦିଆଯାଇଛି । ହାଇୱେର ସ୍ଥିତି ନେଇ ପ୍ରଶ୍ନ କରିଛନ୍ତି ସେ । କହିଛନ୍ତିି ୩ବର୍ଷ ଭିତରେ କୋଷ୍ଟାଲ ହାଇୱେର ଡିପିଆରି ବି ଆରମ୍ଭ ହୋଇନି । ଭୁବନେଶ୍ୱର – ପୁରୀ ଜାତୀୟ ରାଜପଥ ଅଧାପନ୍ତରିଆ ହୋଇ ପଡିଛି । ବିଜେପିର ୧୨୦ ଆସନ ପ୍ରହେଳିକା ମାତ୍ର । ହେଲେ ୨୦୧୯ରେ ବିଜେଡି ପୂର୍ଣ୍ଣ ବହୁମତରେ ସରକାର ଗଢ଼ିବ । ଦଶବର୍ଷରେ ଜାତୀୟ ଅଭିବୃଦ୍ଧି ଠାରୁ ଓଡିିଶାର ଅଭିବୃଦ୍ଧି ଅଧିକ । ଛତିଶଗଡ ଓ ମଧ୍ୟପ୍ରଦେଶରେ ଅଭିବୃଦ୍ଧିହାର କେତେ ଜଣାନ୍ତୁ କହି ଶାହା ଓ ଧର୍ମେନ୍ଦ୍ରଙ୍କୁ ଜବାବ ଦେଇଛି ବିଜେଡି ।

ସେହିପରି ଫିଙ୍ଗିଦିଅ ଓ ଉପାଡି ଦିଅ ରାକ୍ଷସର ଭାଷା ବୋଲି କହିଛନ୍ତି ଅରୁଣ ସାହୁ । ଦୁର୍ଯ୍ୟାଧନ ଓ କଂସ ଏମିତି ଭାଷା ବ୍ୟବହାର କରୁଥିଲେ । ସେହିପରି ଅମିତ ଶାହାଙ୍କୁ ରାଜନୀତି ବ୍ଲ୍ୟୁହ୍ୱେଲ ଭାଇରସ ବୋଲି କହିଛି ବିଜେଡି । ଯାହା ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି ।

ତେବେ ଗୋଟିଏ ଗୋଟିଏ ଦିନରେ ବିଜେପି-ବିଜେଡି ଆଟାକ ଓ କାଉଣ୍ଟର ଆଟାକ ରାଜ୍ୟରେ ଏକ ନିର୍ବାଚନୀ ହ୍ୱାୱା ଖେଳାଇ ଦେଇଛି । ଗତକାଲି ମଧ୍ୟ ଅମିତ ଶାହାଙ୍କ ଉତ୍ତର ଦେବାକୁ ବିଜେଡି ପ୍ରେସମିଟ ଡାକିଥିବା ବେଳେ ଆଜି ମଧ୍ୟ ସମାନ ଢ଼ଙ୍ଗରେ ଖୁବ କମ ସମୟ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ବିଜେପି ପ୍ରତି ଆଭିମୁଖ୍ୟକୁ ଶାଣିତ କରିଛି ଦଳ ।