ଶ୍ରୀମନ୍ଦିରର ଖୋଲାଯାଉ ୪ ଦ୍ୱାର, ହାକିମାତି ନ ଦେଖାଇ ପ୍ରଶାସନ ଖୋଲିବା ଉଚିତ୍ : ଧର୍ମେନ୍ଦ୍ର ପ୍ରଧାନ

ଶ୍ରୀମନ୍ଦିରର ଖୋଲାଯାଉ ୪ ଦ୍ୱାର, ହାକିମାତି ନ ଦେଖାଇ ପ୍ରଶାସନ ଖୋଲିବା ଉଚିତ୍ : ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ : ଶ୍ରୀମନ୍ଦିରର ୪ଟି ଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯାଉ । ଏନେଇ ଗଣମାଧ୍ୟମରେ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, କରୋନା ସମୟରେ ଶ୍ରୀମନ୍ଦିରର ଗୋଟେ ଦ୍ୱାର ଖୋଲାଯାଇ ଅନ୍ୟ ଦ୍ୱାର ବନ୍ଦ କରାଯାଇଥିଲା । ଏବେ କରୋନା ଡର ନାହିଁ, ପୁରୀର ନୂଆ ପରିକଳ୍ପନାରେ ଶ୍ରୀମନ୍ଦିର ସୁନ୍ଦର ଦେଖାଯାଉଛି । ଏବେ ଚାରୋଟି ଦ୍ୱାର ଖୋଳାଯାଉ, ପୁରୀ ଅଧିବାସୀ ଏବଂ ବାହାରୁ ଆସିଥିବା ଅନେକ ହିନ୍ଦୁ ଲୋକେ ପୁରୀରେ ଆସି ରୁହନ୍ତି ସେମାନେ ବିଭିନ୍ନ ସମୟରେ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି । ଜଗା ସଙ୍ଗେ ତାଙ୍କର ନିତିଦିନିଆ ସମ୍ପର୍କ । ସେମାନଙ୍କ ଭାବ ଅଛି ଜଗା ସହିତ ।

ଚାରି ଦ୍ୱାରରେ ଭକ୍ତଙ୍କ ପ୍ରବେଶ ନେଇ ସ୍ଥାୟୀ ଭାବେ ଅଟକାଇବା ଭଲ ହେବନି । ଅନନ୍ୟ ପରମ୍ପରାର ମନ୍ଦିର, ଏଠାରେ ସବୁ ଖୋଲା ମେଲା, ଭକ୍ତ ମାନେ ଅବାଧରେ ଦର୍ଶନ କରିଥାନ୍ତି । ଚାରୋଟି ଦ୍ୱାରରେ ଭକ୍ତଙ୍କ ଭାବାବେଗ ଅଛି, ଖୋଲିବା ନିତାନ୍ତ ଜରୁରୀ । ମନ୍ଦିର ପ୍ରଶାସନ ହାକିମାତି ନ ଦେଖାଇ ଖୋଲିବା ଉଚିତ ହେବ । ଭଗବାନଙ୍କ ସାଙ୍ଗରେ ଲୋକଙ୍କର କୌଣସି ବାଧକ ନ ଦେଖାଦେଉ, ସେନେଇ ପଦକ୍ଷେପ ନେବା ଉଚିତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe