ତୁରନ୍ତ ଡିଲିଟ୍ କରନ୍ତୁ ଏହି ୧୩ଟି ଗେମିଙ୍ଗ ଆପ୍ ! ୫ ଲକ୍ଷରୁ ଅଧିକ ମୋବାଇଲ ହେଲାଣି ପ୍ରଭାବିତ ।

331

ଇଣ୍ଟରନେଟ୍ ଦୁନିଆରେ ମେଲୱେର ଭାଇରସ୍ ସବୁଠାରୁ ବଡ ବିପଦ ଅଟେ । ଏହି ଭାଇରସ୍ ଆପଣଙ୍କ ମୋବାଇଲ୍, କମ୍ପ୍ୟୁଟର କିମ୍ବା ଅନ୍ୟ କୌଣସି ଡିଭାଇସରେ ପଶି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିନେଇଥାଏ । ସାଇବର ସିକ୍ୟୋରିଟି ଫର୍ମ (ଇଏସଇଟି)ର ଜଣେ ରିସର୍ଚ୍ଚକାରୀ ଟ୍ୱିଟ୍ କରି କହିଛନ୍ତି ଯେ, ଯଦି ଆପଣଙ୍କ ମୋବଇଲ ଫୋନରେ ଏହି ୧୩ଟି ଗେମିଙ୍ଗ ଆପ୍ ଅଛି, ତେବେ ତୁରନ୍ତ ଏହାକୁ ଡିଲିଟ୍ କରିଦିଅନ୍ତୁ । ବିଶେଷଜ୍ଞଙ୍କ କହିବା କଥା, ଷ୍ଟୋରରେ ଥିବା ଏହି ଆପ୍ ଗୁଡିକରେ ଭାଇରସ ରହିଛି । ଏହି ମୋବାଇଲ ଗେମିଙ୍ଗ ଆପରେ ଥିବା ଭାଇରସ୍, ଆପଣଙ୍କ ମୋବାଇଲ ସମେତ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଏବଂ ଆପଣଙ୍କର ବ୍ୟାଙ୍କ ଡିଟେଲ୍ସ ପାଇଁ ମଧ୍ୟ ବଡ ବିପଦ ଅଟେ ।

ତେବେ ଜାଣନ୍ତୁ କଣ କଣ ସେହି ୧୩ଟି ଗେମିଙ୍ଗ ଆପ୍ । ଏହି ଲିଷ୍ଟରେ ରହିଛି, ଟ୍ରକ୍ କାର୍ଗୋ ସିମୁଲେଟର୍, ଏକ୍ସଟ୍ରିମ୍ କାର୍ ଡ୍ରାଇଭିଙ୍ଗ, ସିଟି ଟ୍ରାଫିକ୍ ମୋଟୋ କେୟାର, ମୋଟୋ କ୍ରସ୍ ଏକ୍ସଟ୍ରିମ୍, ହାଇପର୍ କାର୍ ଡ୍ରାଇଭିଙ୍ଗ, ଏକ୍ସଟ୍ରିମ୍ କାର୍ ଡ୍ରାଇଭିଙ୍ଗ, ଫାୟାର ଫାଇଟର୍, କାର ଡ୍ରାଇଭିଙ୍ଗ ସିମୁଲେଟର, ଏକ୍ସଟ୍ରିମ୍ ସ୍ପୋର୍ଟ କାର, ଏସୟୁଭି ୪*୪ ଡ୍ରାଇଭିଙ୍ଗ ସିମୁଲେଟର, ଲକ୍ସରି କାର୍ ପାର୍କିଂ, ଲକ୍ସଜରି କାର୍ସ ଏସୟୁଭି ଟେଷ୍ଟ, ଏସୟୁଭି ସିଟି କ୍ଲାଇମ୍ବ ପାର୍କିଂ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସବୁ ଗେମ୍ ଗୁଡିକୁ ଲୁଇଜ୍ ଓ ପିଣ୍ଟୋ ବିକଶିତ କରିଛନ୍ତି । ଏବଂ ଏହା ସବୁ ହେଉଛି ଡ୍ରାଇଭିଙ୍ଗ ଗେମ୍ସ । ଆଉ ସବୁଠାରୁ ବଡ କଥା ହେଉଛି, ମୋବାଇଲ୍ ଗେମ୍ସରୁ ମିଳୁଥିବା ମେଲୱେୟାରରୁ ୫.୬ ଲକ୍ଷ ମୋବାଇଲ୍ ବ୍ୟବହାରକାରୀଙ୍କ ସ୍ମାର୍ଟଫୋନ ପ୍ରଭାବିତ ହୋଇଛି ।