କନକ ବ୍ୟୁରୋ : ସାରା ବିଶ୍ୱ ଉପରେ ଧିମା ଅର୍ଥନୈତିକ ଅବିବୃଦ୍ଧିର ଖରାପ ପ୍ରଭାବ ପଡିବାକୁ ଯାଉଛି । ଏହାର ପ୍ରଭାବରେ ସାରା ବିଶ୍ୱରେ ଗରିବ ଓ ଭୋକିଲାଙ୍କ ସଂଖ୍ୟା ବଢିବ ବୋଲି ସତର୍କ କରିଛି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ବା ଆଇଏମଏଫ । ୧୯୯୦ ପରଠୁ ବିଶ୍ୱ ଏବେ ସବୁଠୁ ଖରାପ ଅର୍ଥନୈତିକ ସ୍ଥିତି ଦେଇ ଗତି କରୁଛି । ଫଳରେ ୯୦ ପ୍ରତିଶତ ବିକାଶଶୀଳ ଦେଶର ଅଭିବୃଦ୍ଧି ହାର କମିବ ।

Advertisment

ନିମ୍ନ ଆୟବର୍ଗ ଦେଶଗୁଡିକ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି । ସେହି ଦେଶଗୁଡିକରେ ଲୋକଙ୍କ ମୁଣ୍ଡପିଛା ଆୟ ନିମ୍ନ ସ୍ତରକୁ ଖସିଛି । ଏହାର ପ୍ରଭାବରେ ଦାରିଦ୍ର୍ୟ ଓ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ବଢିବ ବୋଲି ଆକଳନ କରିଛି ଆଇଏମଏଫ । ତେବେ ଆମେରିକା ଓ ଚୀନ ମଧ୍ୟରେ ଉତେଜନା ବୃଦ୍ଧି ଓ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତି ଉପରେ ଖରାପ ପ୍ରଭାବ ପଡିଛି ବୋଲି ଆଇଏମଏଫ ଜାର କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।