କନକ ବ୍ୟୁରୋ: ତାତିରୁ ମିଳୁନି ତାହ୍ରିି । ପ୍ରଚଣ୍ଡ ଖରାରେ କଲବଲ ହେଉଛନ୍ତି ଦେଶବାସୀ । ଦେଶର ୯ ରାଜ୍ୟରେ ହିଟ୍ ୱେବକୁ ନେଇ ସର୍ତକ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଯେଉଁ ସବୁ ରାଜ୍ୟ ପାଇଁ ହିଟ୍ ୱେବ ଜାରି ହୋଇଛି, ସବୁ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ପାଖାପାଖି ୪୫ ଡିଗ୍ରୀରେ ପହଂଚିଛି । ଏଥିପାଇଁ ଆଇଏମଡି ବିହାର, ପଶ୍ଚମବଙ୍ଗ, ଆନ୍ଧ୍ରପ୍ରଦେଶ ପାଇଁ ଜାରି କରିଛି ହିଟ୍ୱେବ ୱାଣ୍ଣିଂ । ଏଥିସହ ଓଡିଶା, ଝାଡଖଣ୍ଡ, ଉତରପ୍ରଦେଶ, ସିକିମ୍ ପାଇଁ ମଧ୍ୟ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି । ଖରାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ ସ୍କୁଲ ବନ୍ଦ କରି ଦିଆଯାଇଛି ।