ଇସ୍କନ ସ୍ୱେରେଜ ଲାଇନରେ ଉଚ୍ଛେଦ ହେଲା ଜବରଦଖଲ । ଆଇଆରସି ଅଞ୍ଚଳରୁ ଆସୁଥିବା ନର୍ଦ୍ଦମା ଜଳ ମିଶୁଥିଲା ସାଧାରଣ ଡ୍ରେନରେ

28

କନକ ବ୍ୟୁରୋ: ଲଗାଣ ବର୍ଷା ହେଲେ ଭୁବନେଶ୍ୱର ଇସ୍କନ୍ ମନ୍ଦିର ଆଗରେ ଛାତିଏ ଉଚ୍ଚର ପାଣି ଜମେ । ତେଣୁ ବର୍ଷା ଜଳ ନିଷ୍କାସନ ପାଇଁ ଆଜି ଇସ୍କନ୍ ନିକଟରେ ଥିବା ସ୍ୱେରେଜ୍ ଲାଇନ୍ ଉପରୁ ଜବରଦଖଲକୁ ହଟାଯାଇଛି । ବର୍ଷ ବର୍ଷ ଧରି ସ୍ୱେରେଜ୍ ଡ୍ରେନ୍ ଉପରେ ଜବରଦଖଲ ହଟିନଥିବା ବେଳେ ଆଜି କିଭଳି ଏହା ଉଠିପାରିଲା ସେ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି ।

ଚାଲିଛି ଜବରଦଖଲ ଉଚ୍ଚେଦ ଅଭିଯାନ । ଇସ୍କନ ମନ୍ଦିର ନିକଟ ଜାତୀୟ ରାଜପଥ ବା ଏନଏଚ୍ ଜମି ଉପରେ । ଜାତୀୟ ରାଜପଥ ଜମି ଉପରେ ମାଡ଼ିଯାଇଥିଲା ଜବରଦଖଲ । ଏହାଭିତରେ ଛନ୍ଦି ହୋଇପଡ଼ିଥିଲା ସ୍ୱେରେଜ୍ ଡ୍ରେନ । ଆଇଆରସି ଅଂଚଳରୁ ସମସ୍ତଙ୍କ ଘରୁ ଆସୁଥିବା ନର୍ଦ୍ଦମା ଜଳ ମିଶୁଥିଲା ସାଧରଣ ଡ୍ରେନରେ । ସୃଷ୍ଟି ହେଉଥିଲା ଅସ୍ୱାସ୍ଥ୍ୟକର ପରିବେଶ ।

ତେବେ ପ୍ରଶ୍ନ ଉଠୁଛି ପ୍ରତି ବର୍ଷ କାହିଁକି ଦେଖାଯାଉଛି ଏଭଳି ସମସ୍ୟା? କାହିଁକି ପୂର୍ବରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରୁନାହିଁ? ଏହାର ତିନିଟି ବିଶେଷ କାରଣ ରହିଛି ।
୧- ଭୋଟ ରାଜନୀତି ଓ ତୁଷ୍ଟୀକରଣ
୨- କୋର୍ଟ କଚେରୀରେ ବର୍ଷ ବର୍ଷ ଫଶୁଛି ମାମଲା
୩- ଲୋକଙ୍କ ପାଖରେ ନାଗରିକ ମନୋଭାବର ଅଭାବ

ଶେଷରେ ଦୀର୍ଘ ବର୍ଷର ଜବରଦଖଲକୁ ଉଚ୍ଛେଦ କରିଛି ମିଳିତ ଉଚ୍ଛେଦ କମିଟି । ବିଡିଏ, ବିଏମସି, ସ୍ୱେରେଜ୍ ବୋର୍ଡ, ପିଏଚଡି, ଏନଏଚର କର୍ମଚାରୀମାନେ ପୋଲିସ୍ ଉପସ୍ଥିତିରେ ଜବରଦଖଲକୁ ହଟାଇଛନ୍ତି ।