ଗାଈ ପାଇଁ ଗାଁରେ ଦଙ୍ଗା ! ଦୁର୍ବୃତ୍ତଙ୍କ ମାଡରେ ଯୁବକ ଲହୁଲୁହାଣ

40

କନକ ବ୍ୟୁରୋ : ଦେହ ସାରା ମାଡ ଦାଗ । ମାଡ ମାରି ଲହୁ ଲୁହାଣ କରି ଦେଇଛନ୍ତି ଦୁର୍ବୃତ୍ତ । ଦେହରେ ନୋଳା ଫାଟି ଆଁ କରିଛି । ଗୋଡରୁ ମୁଣ୍ଡ କିଛି ବି ବାଦ ପଡିନି । ଦୁଇ ଗୋଡରେ ଠିଆ ହୋଇ ପାରୁ ନାହାଁନ୍ତି ଯୁବକ ଚନ୍ଦ୍ରଶେଖର ଦାସ । ଗାଇକୁ ରକ୍ଷା କରିବାକୁ ଯାଇ ଲହୁ ଲୁହାଣ ହୋଇ ପଡିଛନ୍ତି ଏହି ଯୁବକ ଜଣକ । ଗାଇ ଚାଲାଣକାରୀଙ୍କ କବଳରୁ, ଗାଇକୁ ରକ୍ଷା କରିବାକୁ ଯାଇ ସେ ଏବେ ହସ୍ପିଟାଲ ବେଡରେ । ଆଉ ଦୁର୍ବୃତ୍ତଙ୍କ ମାଡ ଠାରୁ ବଳି ଯାଇଛି ଏଠି ମଂଚେଶ୍ୱର ଥାନା ପୁଲିସର ଜୁଲମ । ରାତି ତମାମ ଥାନାରେ ଅଟକ ରହିବା ପରେ, ସାଙ୍ଗ ସାହାରାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏହି ଯୁବକ ।

ସମୟ ରାତି ପ୍ରାୟ ୧ଟା । ସ୍ଥାନ ପଦ୍ମକେଶରୀପୁର କେନାଲ ରୋଡ୍ । ଖବର ଆସିଲା ଟାଟା ଏସିରେ ବେଆଇନ ଭାବେ ଗୋରୁ ଚାଲଣ କରାଯାଉଛି । ଖବର ପାଇଁ ୩ ଜଣ ପୁଲିସ ସହାୟତାରେ ପଂହଚିଥିଲେ ଯୁବକ ଓ ତାଙ୍କର ୨ଜଣ ସାଙ୍ଗ । ପୁର୍ବରୁ ପ୍ରସ୍ତୁତ ଥିବା ଗୋରୁ ଚାଲଣକାରୀ ମାନେ ଜଣେ ପୁଲିସ କର୍ମଚାରୀଙ୍କ ସହ ଚନ୍ଦ୍ରଶେଖରଙ୍କୁ ଅପହରଣ କରି ନେଇଥିଲେ । ପୁଲିସ ଅପହରଣ ହୋଇଥିବା ହୋମଗାର୍ଡ ଓ ଚନ୍ଦ୍ରଶେଖରଙ୍କୁ ଥାନାକୁ ଆଣିଥିଲା । ଦୁର୍ବୃତ୍ତଙ୍କୁ କାବୁ କରିବ କଣ, ଲଜ୍ଜା ଭୟରେ ହୋମର୍ଗଙ୍କୁ ଘରକୁ ପଠାଇ ଦେଇଥିଲା । ଆଉ ଦୁର୍ବୃତ୍ତଙ୍କ ମାଡରେ ଯନ୍ତ୍ରଣା ଭୋଗୁଥିବା ଚନ୍ଦ୍ରଶେଖରଙ୍କୁ ରାତି ତମାମ ଥାନାରେ ରଖିଥିଲା ।

ବେଆଇନ ଭାବେ ଗୋରୁ ଚାଲଣ ଆଉ ତାପରେ ଗୋସୁରକ୍ଷା କର୍ମୀ ଓ ହୋମଗାର୍ଡଙ୍କୁ ଅପହରଣ । ହେଲେ ଅଭିଯୁକ୍ତ ମାନେ ଏବେବି ଫେରାର୍ ।