ଭୂଲ ନାମ ଡାକିବାରୁ ସାମ୍ବାଦିକଙ୍କ ଉପରେ ବର୍ଷିଲେ ଇଲିଆନା : ହୋମୱାର୍କ କରି ଆସିବାକୁ କହିଲେ

39

ଅଜୟ ଦେବଗନ ଇଲିଆନାଙ୍କ ଅଭିନୀତ ଫିଲ୍ମ ‘ରେଡ’ ୧୬ ମାର୍ଚ୍ଚରେ ରିଲିଜ ହେବାକୁ ଯାଉଅଛି । ତେଣୁ ଏବେ ଦୁହେଁ ଫିଲ୍ମର ପ୍ରମୋସନକୁ ନେଇ ଅତ୍ୟନ୍ତ ବ୍ୟସ୍ତ ରହୁଛନ୍ତି । ପ୍ରମୋସନ ସମୟରେ କିଛି ଏଭଳି ଘଟଣା ଘଟିଥିଲା ଯାହାଫଳରେ ଇଲିଆନା ଖୁବ ରାଗି ଯାଇଥିଲେ । କଥା ହେଲା ରେଡ ଫିଲ୍ମର ଷ୍ଟାର ଗଣମାଧ୍ୟମରେ କଥାବାର୍ତ୍ତା ପାଇଁ ଯାଇଥିଲେ । ସେଠାରେ ଜଣେ ସାମ୍ବାଦିକ ସବୁ ଷ୍ଟାରକାଷ୍ଟଙ୍କ ପରିଚୟ ପ୍ରଦାନ କରିଥିଲେ । ଯେଉଁଠି ଅଜୟ ଦେବଗନଙ୍କୁ ସୁପରଷ୍ଟାର କୁହାଯାଇଥିଲା ସେଠାରେ ଇଲିଆନାଙ୍କୁ ଷ୍ଟାର ତ ଦୂର କଥା ତାଙ୍କ ସରନେମ ମଧ୍ୟ ଭୂଲ କୁହାଯାଇଥିଲା ।

ସାମ୍ବାଦିକ ଜଣକ ଇଲିଆନା ଡିକ୍ରୁଜକୁ ଡିସୁଜା ବୋଲି ପରିଚୟ ଦେଇଥିବାରୁ ଇଲିଆନା ରାଗି ଯାଇଥିଲେ । ଏଭଳି ସାମ୍ବାଦିକ ଜଣକ ବାରମ୍ବାର କହିବାରୁ ଇଲିଆନା ତାଙ୍କୁ ବହୁତ ଶୁଣାଇଥିଲେ ଏବଂ ଘରେ ଯାଇ ପ୍ରଥମେ ହୋମୱାର୍କ କରି ଆସିବାକୁ କହିଥିଲେ । କାହାର ନାଁ କୁ ଏପରି ମିଶାଇ କହିବା ଦ୍ୱାରା ସାମ୍ନା ଲୋକଙ୍କୁ ଖରାପ ଅନୁଭବ ହୋଇଥାଏ ।

ରାଜକୁମାର ଗୁପ୍ତା ‘ରେଡ’ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ସେ ପୂର୍ବରୁ ‘ନୋ ୱାନ କିଲ୍ଡ ଜେସିକା’ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏହା ପ୍ରଥମ ଫିଲ୍ମ ଯାହା ଇନକମ ଟ୍ୟାକ୍ସ ପରେ ଆଧାରିତ ଅଟେ । ଫିଲ୍ମ କାହାଣୀ ୧୯୮୦ମସିହାର ହୋଇଥିବା ହାଇ ପ୍ରୋଫାଇଲ ଇନକମ ଟ୍ୟାକ୍ସ ରେଡ ସହ ଜଡିତ । ଏହି ଫିଲ୍ମ ୧୬ମାର୍ଚ୍ଚ ୨୦୧୮ରେ ରିଲିଜ ହେବ ।