ଜୀବନରେ ସଫଳ ଏବଂ ଧନୀ ହେବା ପାଇଁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଅଭ୍ୟାସ ।

133

ଜୀବନରେ ଧନୀ ହେବା ପାଇଁ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି । ଯଦି ଆପଣ ମଧ୍ୟ ଏଭଳି ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କୁ କିଛି କଥା ବିଶେଷ ଭାବେ ଧ୍ୟାନ ରଖିବାକୁ ପଡିବ । ଜଣେ ବ୍ୟକ୍ତି କିଭଳି ସଫଳତା ପାଇବ ତାହା ସମ୍ପୂର୍ଣ୍ଣ ଭାବେ ନିଜ ଉପରେ ହିଁ ନିର୍ଭର କରେ କି ଆପଣଙ୍କ ଜୀବନଶୈଳୀ କିଭଳି ରହିଛି । ଏହା ଧ୍ୟାନ ରଖିବାକୁ ପଡିବ ଆପଣ କେଉଁ କାମ ଓ କିପରି କରୁଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିଛି ଦିନ ପୂର୍ବରୁ ଧନୀ ଏବଂ ସଫଳ ବ୍ୟକ୍ତି ମାନଙ୍କ ଉପରେ ରିସର୍ଚ୍ଚ କରାଯାଇଥିଲା । ରିସର୍ଚ୍ଚରେ ତାଙ୍କର ସେହି ଗୁଣଗୁଡିକ ବିଷୟରେ କୁହାଯାଇଥିଲା ଯାହାକୁ କି ସେମାନେ ପ୍ରତିଦିନ କରିଥାନ୍ତି । ଯଦି ଆପଣ ମଧ୍ୟ ଜୀବନରେ ସଫଳ ଏବଂ ଧନୀ ହେବା ପାଇଁ ଚାହୁଁଛନ୍ତି ତେବେ ଏହି ଅଭ୍ୟାସ ଗୁଡିକୁ ଆପଣେଇ ନିଅନ୍ତୁ ।

ସହଯୋଗୀଙ୍କୁ ସାହାଯ୍ୟ କରନ୍ତୁ : ରିସର୍ଚ୍ଚରୁ ଜଣାପଡିଛି ଯେ, ସଫଳ ବ୍ୟକ୍ତିମାନେ ନିଜ ସହଯୋଗୀଙ୍କ ସହାୟତା କରିଥାନ୍ତି । ସେମାନେ ଜାଣିଛନ୍ତି ଯେ, ଯଦି ସଫଳତା ଦରକାର ତେବେ ସହଯୋଗୀଙ୍କୁ ସହାୟତା କରିବା ସହ ସେମାନଙ୍କର ସପୋର୍ଟ ମଧ୍ୟ ହାସଲ କରିବା ପାଇଁ ପଡିବ ।

ନୂଆ କାର୍ଯ୍ୟ ପାଇଁ କାରଣ ଖୋଜନ୍ତୁ : ଅଧିକାଂଶ ସଫଳ ବ୍ୟକ୍ତି କୌଣସି କାମ କରିବା ପୂର୍ବରୁ ସେହି କାମ କରିବାର କାରଣ ଖୋଜିଥାନ୍ତି । କୌଣସି କାମ କରିବା ପୂର୍ବରୁ ସେମାନେ ଭାବିଥାନ୍ତି ଯେ, ସେମାନେ ଏହି କାମ କାହିଁକି କରୁଛନ୍ତି ।

ୱାର୍କପ୍ଲେସରେ କମ ଦୋସ୍ତି : ଯଦି ଆପଣ ସଫଳ ହେବା ପାଇଁ ଚାହୁଁଛନ୍ତି ତେବେ ନିଜ କାମରେ ମନ ଦିଅନ୍ତୁ । ସଫଳ ବ୍ୟକ୍ତିମାନଙ୍କର କହିବା ଅନୁସାରେ, ସେମାନେ ୱାର୍କପ୍ଲେସରେ କମ ସାଙ୍ଗସାଥୀ କରିଥାନ୍ତି । କାହିଁକି ନା ନିଜ କାମ ଉପରେ ସେମାନେ ଫୋକସ ରଖିଥାନ୍ତି । ସେମାନେ କେବେହେଲେ ଦୋସ୍ତିକୁ କାମରେ ଆଣିନଥାନ୍ତି ।

ସବୁବେଳେ ନୂଆ କରିବାକୁ ଚେଷ୍ଟା କରନ୍ତୁ : ଜୀବନରେ ଯଦି କିଛି କରିବାକୁ ଚାହୁଁଛନ୍ତି ତେବେ ସବୁବେଳେ କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତୁ । ସଫଳ ବ୍ୟକ୍ତିମାନଙ୍କ କହିବା କଥା, ସେମାନେ ସବୁବେଳେ କିଛି ନୂଆ ଶିଖିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଏବଂ କୌଣସି କାମରେ ରିକ୍ସ ନେବା ପାଇଁ କେବେ ହେଲେ ମଧ୍ୟ ପଛଘୁଞ୍ଚା ଦେଇନଥାନ୍ତି । ଏହା ସହ ଅଫିସରେ ଆଇଡିଆ ଦେଇଥାନ୍ତି । ଲୋକମାନଙ୍କ ସହ ନିଜ ଆଇଡିଆ ସେୟାର କରିଥାନ୍ତି ।

ସମସ୍ତଙ୍କ ଠାରୁ ଉପଦେଶ ନିଅନ୍ତୁ ନାହିଁ : କୌଣସି କାମ କରିବା ପାଇଁ ଯଦି ସମସ୍ତଙ୍କ ଠାରୁ ପରାମର୍ଶ ନେଉଛନ୍ତି ତେବେ ହୁଏତ ଆପଣ ଅଡୁଆରେ ପଡିପାରନ୍ତି । ସଫଳ ବ୍ୟକ୍ତିମାନେ କୌଣସି ଏକ ବିଷୟରେ ସମସ୍ତଙ୍କ ପରାମର୍ଶ ନେଇନଥାନ୍ତି ଏପରିକି କାହା କଥା ଶୁଣିନଥାନ୍ତି । ସବୁବେଳେ ନିଜ ବିଶ୍ୱାସପାତ୍ର ଲୋକମାନଙ୍କ ଠାରୁ ପରାମର୍ଶ ନିଅନ୍ତୁ କିନ୍ତୁ ଯେଉଁଟା ଠିକ ସବୁବେଳେ ତାହା ହିଁ କରନ୍ତୁ ।