ସିଗାରେଟ୍ ପିଇଲେ ୧ କୋଟି ୧୭ ଲକ୍ଷ ଟଙ୍କା ଜୋରିମାନା ଲାଗିବ! କେଉଁ ଦେଶରେ ଏବଂ କାହିଁକି ଲାଗୁ ହୋଇଛି ଏହି ନିୟମ ଜାଣନ୍ତୁ…

220

କନକ ବ୍ୟୁରୋ : ସିଗାରେଟ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏକଥା ଜାଣିବି ମଧ୍ୟ ଆଜିର ଯୁବପିଢି ଧୂମପାନ କରୁଥିବାର ନଜିର ରହିଛି । ଆଉ ଏହି ସିଗାରେଟ ଅନେକ ଯୁବପିଢିଙ୍କ ଭବିଷ୍ୟତ ନଷ୍ଟ କରୁଛି । ଅନେକ ଯୁବ ଅବସ୍ଥାରେ କ୍ୟାନସର ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସିନେମା ହଲରେ ଫିଲ୍ମ ଆରମ୍ଭ ହେବା ସମୟରେ ଧୁମ୍ରପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ବାର୍ତା ଦିଆଯାଏ । କିନ୍ତୁ ସବୁ ଜାଣିକି ଲୋକେ ଏହି ଅଭ୍ୟାସକୁ ବନ୍ଦ କରିପାରୁନାହାନ୍ତି । ୨୦୧୭ର ଡବବ୍ଲ୍ୟୁଏଚଓ ରିପୋର୍ଟ ଅନୁସାରେ, ଧୁମ୍ରପାନ ଯୋଗୁଁ ପ୍ରତିବର୍ଷ ୭୦ ଲକ୍ଷ ଲୋକଙ୍କର ଜୀବନ ଯାଉଛି । ଯେଉଁଥିରେ ଘାତକ ରୋଗ, ଦୃଦରୋଗ, ଷ୍ଟ୍ରୋକ୍, ଡାଏବେଟିସ, ସିଓପିଡି ଓ କ୍ୟାନସର ଆଦି ରହିଛି । ଭାରତରେ ମଧ୍ୟ ବାର୍ଷିକ ୫୦ରୁ ୬୦ ଲକ୍ଷ ଲୋକଙ୍କର ଧୁମ୍ରପାନ ଜନିତ ମୃତ୍ୟୁ ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । କିନ୍ତୁ ଏପରି କିଛି ଦେଶ ଅଛି ଯେଉଁଠି ସିଗାରେଟ୍ ଠାରୁ ଲୋକଙ୍କୁ ଦୁରରେ ରଖିବା ପାଇଁ ସରକାର ଅନେକ କଟକଣା ଲଗାଇଛନ୍ତି । ଆସନ୍ତୁ ଜାମିବା ସିଗାରେଟ୍ ଛଡାଇବା ପାଇଁ କେଉଁ ଦେଶରେ କେଉଁ କେଉଁ କଟକଣା ଲାଗୁ କରିଛନ୍ତି ।

ବିଶ୍ୱରେ ସବୁଠାରୁ ମହଙ୍ଗା ସିଗାରେଟ୍ ଅଷ୍ଟ୍ରେଲିଆରେ ବିକ୍ରି ହେଉଛି । ଏହାପଛର କାରଣ ମଧ୍ୟ ରହିଛି । ସେଠାକାର ଲୋକଙ୍କୁ ସିଗାରେଟରୁ ଦୂରେଇ ରଖିବା ପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି । ଅଷ୍ଟ୍ରେଲିଆରେ ମେନ୍ଥଲ ମିଗାରେଟ୍ ଉପରେ କଟକଣା ଲଗାଯାଇଛି । ଧୁମ୍ରପାନ କରୁଥିବା ଲୋକଙ୍କୁ ଏହି ଅଭ୍ୟାସ ଛଡ଼ାଇବା ପାଇଁ ଅଷ୍ଟ୍ରେଲିଆ ସରକାର ନୂଆ ପ୍ରୟାସ ଆପଣାଇଛନ୍ତି । ସରକାର କମ୍ପାନୀଗୁଡ଼ିକୁ କୁତ୍ସିତ ରଙ୍ଗରେ ସିଗାରେଟ୍ ଉତ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଦ୍ୱାରା ଲୋକଙ୍କ ମନରେ ସିଗାରେଟ୍ ଟାଣିବା ପ୍ରତି ଏକ ଘୃଣାଭାବ ଜାତ ହୋଇପାରିବ । ଏହାଛଡ଼ା ଅଷ୍ଟ୍ରେଲିଆରେ ସିଗାରେଟ୍ ଦର ଆକାଶଛୁଆଁ ମଧ୍ୟ ରହିଛି । ଭାରତୀୟ ଟଙ୍କା ଅନୁସାରେ ଅଷ୍ଟ୍ରେଲିଆରେ ୨୦ ପ୍ୟାକ୍ ବିଶିଷ୍ଟ ସିଗାରେଟ୍ ପ୍ୟାକେଟର ଦାମ ୨୧ଶହ ଟଙ୍କାରୁ ଅଧିକ ରହିଛି । ସେହି ତୁଳନାରେ ଭାରତ ଏହି ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି । ଭାରତରେ ୨୦ ପ୍ୟାକ୍ ବିଶିଷ୍ଟ ସିଗାରେଟ୍ ପ୍ୟାକେଟର ଦାମ ୩୪୦ ଟଙ୍କା ରହିଛି । ପାକିସ୍ତାନରେ ସିଗାରେଟ୍ ଦାମ ମାତ୍ର ୮୦ ଟଙ୍କା ରହିଛି । ସିଗାରେଟ୍ ଜନିତ ମୃତ୍ୟୁ ବଢ଼ୁଥିବାରୁ ବିଶ୍ୱର ପ୍ରଥମ ଦେଶ ଭାବେ ନ୍ୟୁଜିଲାଣ୍ଡ ଏକ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲା । ନ୍ୟୁଜିଲାଣ୍ଡ ସରକାର ଧୂମପାନ ନିରୋଧୀ ଆଇନ୍ ଆଣିଛନ୍ତି । ୧ ଜାନୁଆରୀ ୨୦୦୯ କିମ୍ବା ଏହା ପରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହୋଇଛି । ଯୁବପିଢି ସିଗାରେଟ୍ କିଣିବା ଉପରେ ଆଜୀବନ ପ୍ରତିବନ୍ଧକ ଲଗାଯାଇଛି । ଏପରିକି ନିୟମ ଉଲ୍ଲଂଘନ କଲେ ୧ କୋଟି ୧୭ ଲକ୍ଷ ଟଙ୍କା ଜୋରିମାନା ଲଗାଯିବା ନେଇ ଘୋଷଣା କରାଯାଇଥିଲା ।