କାବୁଲ ଛାଡ଼ିବାକୁ ମନାକଲେ ମନ୍ଦିର ପୂଜକ : କହିଲେ ତାଲିବାନୀ ମାରିଦେଲେ ଭାବିବି ସେବା; ରତନନାଥ ମନ୍ଦିର ଛାଡ଼ି କୁଆଡ଼େ ନଯିବାକୁ ସ୍ପଷ୍ଟ କଲେ

1,201

କନକ ବ୍ୟୁରୋ : କାବୁଲ ଛାଡ଼ିବାକୁ ମନାକଲେ ମନ୍ଦିର ପୁଜକ । କହିଲେ ତାଲିବାନ ମାରିଦେଲେ ତାହାକୁ ସେବା ବୋଲି ଭାବିବି । କାବୁଲକୁ ତାଲିବାନ କବଜା କରିବା ପରେ ଅଫଗାନିସ୍ତାନର ସ୍ଥିତି ଅଧିକ ଭୟାବହ ହୋଇଛି । ୨୦ ବର୍ଷ ପରେ ତାଲିବାନ ଶାସନ ଫେରିବା ଡ଼ରରେ ଜୀବନ ବଂଚାଇବା ପାଇଁ ହଜାର ହଜାର ଲୋକ ଅଫଗାନିସ୍ତାନ ଛାଡ଼ୁଛନ୍ତି । ହେଲେ ସେଠାରେ ଥିବା ଜଣେ ମନ୍ଦିର ପୂଜକ କାବୁଲ ଛାଡ଼ିବାକୁ ଅମଙ୍ଗ ହୋଇଛନ୍ତି ।

ରତନନାଥ ମନ୍ଦିରରେ ଥିବା ପୂଜକ ପଣ୍ଡିତ ରାଜେଶ କୁମାର ମନ୍ଦିର ଛାଡ଼ି କୁଆଡ଼େ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯଦି ତାଲିବାନ ହାତରେ ତାଙ୍କୁ ମରିବାକୁ ହୁଏ ସେ ଏହାକୁ ସେବା ବୋଲି ଭାବିବେ । ତାଙ୍କ ପୂର୍ବଜମାନେ ବର୍ଷ ବର୍ଷ ଧରି ଏହି ମନ୍ଦିରର ପୂଜା କରିଆସୁଛନ୍ତି, ତେଣୁ ଏହି ମନ୍ଦିର ଛାଡ଼ି ସେ କୁଆଡ଼େ ଯିବେ ନାହିଁ ବୋଲି କହିଛନ୍ତି ପୂଜକ । ରାଜଧାନୀ କାବୁଲ କବଜା କରିବା ପରଠାରୁ ଅଫଗାନିସ୍ତାନ ଛାଡ଼ୁଥିବା ଲୋକଙ୍କ ସଂଖ୍ୟା ବଢୁଛି । ଏବେ ବି ଅନେକ ଲୋକ ଫସି ରହିଛନ୍ତି ।