ଏଣିକି ସମୟ ପୂର୍ବରୁ ସରିଗଲେ ଗ୍ୟାସ୍ ଜରିମାନା ଭରିବେ ଡିଷ୍ଟ୍ରିବ୍ୟୁଟର ! ଆପଣଙ୍କ ଗୋଟିଏ ଅଭିଯୋଗରେ ରଦ୍ଦ ହୋଇଯିବ କଂପାନୀର ଲାଇସେନ୍ସ: ଗ୍ୟାସ୍ ଉପଭୋକ୍ତାଙ୍କୁ କେନ୍ଦ୍ର ସରକାର ଦେଲେ ବଡ ଅଧିକାର

2,965

କନକ ବ୍ୟୁରୋ: ଏଣିକି ସମୟ ପୂର୍ବରୁ ଗ୍ୟାସ୍ ସରିଗଲେ ଫାଇନ ଭରିବେ ଡିଷ୍ଟ୍ରିବ୍ୟୁଟର । ନିର୍ଧାରିତ ସମୟ ପୂର୍ବରୁ ଯଦି ଆପଣଙ୍କ ଗ୍ୟାସ୍ ଟାଙ୍କି ଖାଲି ହୋଇଯାଏ ତେବେ ଏଥିପାଇଁ ଦାୟି ରହିବେ ଗ୍ୟାସ୍ ବିତରକ କଂପାନୀ । ତେବେ ଅନେକ ସମୟରେ ସିଲିଣ୍ଡରରୁ ଗ୍ୟାସ ଚୋରି ନେଇ ବିଭିନ୍ନ ମାମଲା ଏବଂ ଅଭିଯୋଗ ସାମ୍ନାକୁ ଆସିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଭଳି ମାମଲାର କେବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହକ କରାଯାଇ ନାହିଁ । ଏଜେନ୍ସି ସଂଚାଳକ, ଡିଷ୍ଟ୍ରିବ୍ୟୁଟର କିମ୍ବା କୌଣସି ଡେଲିଭରି ମ୍ୟାନଙ୍କ ବିରୁଦ୍ଧରେ ମଧ୍ୟ କେବେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ କିନ୍ତୁ ଏଣିକି ପରିସ୍ଥିତି ବଦଳି ଯାଇଛି ।  ଯଦି ସିଲିଣ୍ଡରରେ କମ ଗ୍ୟାସ୍ ବାହାରେ ଏବଂ ଏସଂକ୍ରାନ୍ତ ଆପଣ ଉପଭୋକ୍ତା ଫୋରମ କିମ୍ବା କଂପାନୀକୁ ଦିଆଯାଉଥିବା ଫିଡବ୍ୟାକରେ ଅଭିଯୋଗ କରନ୍ତି ତେବେ ଡିଷ୍ଟ୍ରିବ୍ୟୁଟର ତୁରନ୍ତ ଦଣ୍ଡିତ ହେବେ ।

ଉପଭୋକ୍ତା ସଂରକ୍ଷଣ ଆକ୍ଟ ୨୦୧୯ରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଯଦି କୌଣସି ବି ଗ୍ୟାସ ବିତରକ ଉପଭୋକ୍ତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ସତ ସାହସ କରନ୍ତି ତେବେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ନୂଆ ଆଇନ ଅନୁଯାୟୀ, ଯଦି ଆପଣଙ୍କ ଏଲପିଜି ସିଲିଣ୍ଡର ସମୟ ପୂର୍ବରୁ ସରିଯାଏ ଏବଂ ଡିଷ୍ଟ୍ରିବ୍ୟୁଟରଙ୍କୁ କରାଯାଇଥିବା ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ଆପଣ ସିଧା ଉପଭୋକ୍ତା ଫୋରମରେ ଏନେଇ ଅଭିଯୋଗ କରିପାରିବେ । ଆଉ ଆପଣଙ୍କ ଅଭିଯୋଗର ମାତ୍ର ଗୋଟିଏ ମାସ ମଧ୍ୟରେ ହିଁ ସଂପୃକ୍ତି ସଂସ୍ଥା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ନୂଆ ଆଇନ ଅନୁସାରେ, ଯଦି ଉପଭୋକ୍ତାଙ୍କୁ କମ୍ ପରିମାମରେ ଏଲପିଜି ମିଳେ ତେବେ ଏହାକୁ ଏକ ଗୁରୁତର ଅପରାଧ ଭାବେ ବିବେଚନା କରାଯିବ । ସେହିଭଳି ଯଦି କୌଣସି ଡିଷ୍ଟ୍ରିବ୍ୟୁଟରଙ୍କ ବିରୁଦ୍ଧରେ ବାରମ୍ବାର ଏଭଳି ସଂଗୀନ ଅଭିଯୋଗ ଆସେ ତେବେ ସଂପୃକ୍ତ ସଂସ୍ଥାର ଲାଇସେନ୍ସ ରଦ୍ଦ କରଦିଆଯିବ ।