ଏଣିକି ପରିବେଶକୁ ଦୂଷିତ କଲେ ଦେବାକୁ ପଡିବ ୧ଲକ୍ଷ ଟଙ୍କାର ଜରିମାନା ! ବିଧାନସଭାରେ ପାରିତ ହେଲା ପ୍ରସ୍ତାବ ।

ଏଣିକି ଆବର୍ଜନାକୁ ଏଣେତେଣେ ପକାଇଲେ ଲୋକଙ୍କୁ ଦେବାକୁ ପଡିବ ଜରିମାନା । ଏନେଇ ବିଧାନସଭାରେ ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି ।

160

ଏଣିକି ଆବର୍ଜନାକୁ ଏଣେତେଣେ ପକାଇଲେ ଲୋକଙ୍କୁ ଦେବାକୁ ପଡିବ ଜରିମାନା । ଏନେଇ ବିଧାନସଭାରେ ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ପଶ୍ଚିମବଙ୍ଗର ରାଜଧାନୀ କଲିକତାରେ ସର୍ବସାଧାରଣ ସ୍ଥାନରେ ଆବର୍ଜନା ପକାଇଲେ ଲୋକଙ୍କୁ ଏକ ଲକ୍ଷ ଟଙ୍କା ଯାଏ ଜରିମାନା ଦେବାକୁ ପଡିବ ।

କଲିକତା ନଗର ନିଗମ ଅଧିନିୟମର ସଂଶୋଧିତ ଧାରା ୩୩୮ ଅନୁଯାୟୀ ଗତ ଗୁରୁବାର ଦିନ ସଂମ୍ବିଧାନରେ ଏକ ବିଧେୟକ ପାରିତ କରାଯାଇ ଜରିମାନାର ରାଶିକୁ ବୃଦ୍ଧି କରାଯାଇଛି । ସୂଚନା ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ଆବର୍ଜନା ଫୋପାଡନ୍ତି କିମ୍ବା ପରିବେଶକୁ ଦୂଷିତ କଲା ଭଳି କୌଣସି କାମ କରନ୍ତି ତେବେ ତାଙ୍କୁ ସର୍ବନିମ୍ନ ୫ହଜାର ଟଙ୍କା କିମ୍ବା ସର୍ବାଧିକ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିପାରେ । ପୂର୍ବରୁ ଏହି ରାଶି ସର୍ବନିମ୍ନ ୫ହଜାର ଟଙ୍କା ଏବଂ ସର୍ବାଧିକ ୫୦ହଜାର ଟଙ୍କା ରଖାଯାଇଥିଲା । କିନ୍ତୁ ଏବେ ଏହି ନିୟମକୁ ସଂଶୋଧନ କରାଯାଇ ୫୦ହଜାରରୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସାଧାରଣତଃ ଦେଖାଯାଇଥାଏ ରାସ୍ତାରେ ଗଲାବେଳେ ଅନେକ ଲୋକ ପାନ କିମ୍ବା ଗୁଟଖା ଖାଇ ରାସ୍ତାରେ ଛେପ ପକାଇଥାନ୍ତି । ଏପରି ମଧ୍ୟ ଦେଖିବାକୁ ମିଳିଛି କି, ଅନେକ ଲୋକ ସର୍ବସାଧାରଣ ସ୍ଥାନ ମାନଙ୍କରେ ଅଳିଆ ଆବର୍ଜନା ଫୋପାଡିଥାନ୍ତି । କିନ୍ତୁ ଏବେ ଲାଗୁ ହୋଇଥିବା ନିୟମ ଅନୁସାରେ ଲୋକଙ୍କୁ ୫ହଜାର ଟଙ୍କାରୁ ଆରମ୍ଭ କରି ୧ଲକ୍ଷ ଟଙ୍କା ଯାଏ ଜରିମାନା ଦେବାକୁ ପଡିବ । ତେଣୁ ଆଶା କରାଯାଉଛି ଏହି ନିୟମକୁ ଆଧାର କରି ଲୋକମାନେ ସତର୍କତା ଅବଲମ୍ବନ କରିବେ ଏବଂ ପରିବେଶକୁ ପରିଷ୍କାର ରଖିବେ ।