ଚୀନକୁ ଆମେରିକାର ଚେତାବନୀ । ଆମେରିକା କହିଲା, ବିପଦ ସହ ଖେଳୁଛି ଚୀନ୍…

121

କନକ ବ୍ୟୁରୋ : ଗତ କିଛି ଦିନ ହେବ ତାଇବାନରେ ଚୀନ୍ ତାର ମନମାନି ଚଲାଇଆସୁଛି । ଚୀନ୍ ତାଇବାନ୍ ଆକାଶରେ ତାର ଯୁଦ୍ଧ ବିମାନ ଉଡାଉଛି । ଆକ୍ରମଣ କରିବା ଭଳି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ଆଉ ଏହାରି ଭିତରେ ଆମେରିକା ଚୀନ ବିରୋଧରେ ବଡ ବୟାନ ଦେଇଛି । ତାଇବାନ୍ ଉପରେ ଚୀନ୍ ଆକ୍ରମଣ କଲେ ଆମେରିକା ତାର ସାଥ୍ ଦେବ ବୋଲି ଚୀନକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ।
ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ଚୀନକୁ ଚେତାବନୀ ଦେଇ କହିଛନ୍ତି । ଯଦି ଚୀନ୍ ସ୍ୱ-ଶାଶିତ ଦେଶ ତାଇବାନ ଉପରେ ଆକ୍ରମଣ କରେ ତାହେଲେ ଆମେରିକା ତାଇବାନର ସହାୟତା କରିବ । ଚୀନକୁ ଜଣା ନାହିଁ କି ସେ ବିପଦ ସହିତ ଖେଳୁଛି । ଋଷ-ୟୁକ୍ରେନ୍ ଉପରେ ଆକ୍ରମଣ ପରେ ଆମେରିକାକୁ ଲାଗିଥିଲା ଚୀନ୍ ବି ତାଇବାନ ଉପରେ ଆକ୍ରମଣ କରିଦେଇପାରେ । ତେଣୁ ଆମେରିକା ତାଇବାନର ସାଥ୍ ଦେବା ପାଇଁ ନିଷ୍ପତ୍ତି ନେଇଛି । ତେବେ ଏଠାରେ କହିରଖୁଛୁ କି, ଚୀନ୍ ତାଇବାନକୁ ନିଜର ଅଂଶ ବୋଲି କହିଆସୁଛି । କିନ୍ତୁ ତାଇବାନ ନିଜକୁ ଏକ ସ୍ୱତନ୍ତ୍ର ଦେଶ ଭାବେ ଦେଖୁଛି ।