ଇଲେକ୍ଟ୍ରି ଗାଡିରେ ନିଆଁ ଲାଗିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଚେତାବନୀ । ଏଣିକି କମ୍ପାନି ଗଣିବେ ତଣ୍ଡ ।

263

କନକ ବ୍ୟୁରୋ : ଦେଶରେ ଇଲେକ୍ଟ୍ରି ଗାଡିରେ ଲାଗୁଥିବା ନିଆଁ ଘଟଣାକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ବେଶ ଗମ୍ଭୀରତାର ସହ ନେଇଛନ୍ତି । ଗାଡିରେ ନିଆଁ ଲାଗୁଥିବା ଘଟଣା ବେଶ ଦୁଭାଗ୍ୟପୂର୍ଣ୍ଣ ବୋଲି ଗଡକରୀ କହିଛନ୍ତି । କିନ୍ତୁ ଏଣିକି ଗାଡି ନିର୍ମାଣରେ ବେପରୁଆ ମନୋଭାବ ଦେଖାଇଲେ ଉକ୍ତ କମ୍ପାନି ଉପରେ ଜରିମାନା ଲଗାଯିବ ବୋଲି ଗଡକରୀ କହିଛନ୍ତି । ଏହାଛଡା ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଘୋଷଣା କରାଯାଇଛି । ଯେଉଁ କମିଟି ଇଲେକ୍ଟି ଗାଡିରେ ନିଆଁ ଲାଗିବା ଘଟଣା ଉପରେ ତର୍ଜମା କରିବା ସହ ଏହାକୁ କିଭଳି ରୋକାଯାଇପାରିବ ସେ ଦିଗରେ ପରାମର୍ଶ ଦେବେ । ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରିବ କମିଟି । ଏହି ରିପୋର୍ଟ ଆଧାରରେ ଇଲେକ୍ଟ୍ରି ଗାଡି ଗୁଡିକ ନିର୍ମାଣ କରାଯିବ ।

କେବଳ ଏତିକି ନୁହେଁ ନୀତିନ ଗଡକରୀ କହିଛନ୍ତି, ଯେଉଁ କମ୍ପାନିର ଗାଡି ଗୁଡିକରେ ଜ୍ଞାନକୌଶଳରେ ଦୋଷ ତ୍ରୁଟି ରହିଛି ସେହି କମ୍ପାନି ଗୁଡିକ ଇଲେକ୍ଟ୍ରି ଗାଡି ବଜାରରୁ ଫେରାଇ ନିଅନ୍ତୁ । ଗତ କିଛି ଦିନ ପୂର୍ବେ ଏକ ନିର୍ଦ୍ଦିଷ୍ଟ କମ୍ପାନିର ୨୦ଟି ଗାଡିରେ ନିଆଁ ଲାଗିବାର ଭିଡ଼ିଓ ଭାଇରାଲ ହୋଇଥିଲା । ତେବେ ଏହି ମାମଲାରେ କାହାର ମୃତ୍ୟୁ ହୋଇନାହିଁ ।