କ୍ରମାଗତ ବଢୁଛି କରୋନା ସଂକ୍ରମଣ : ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମି ଉପରେ ପକାଉଛି ଚାପ; ବଢିଲାଣି ଆଇସିୟୁରେ ରୋଗୀଙ୍କ ସଂଖ୍ୟା

84

କନକ ବ୍ୟୁରୋ : ରାଜ୍ୟରେ ଯେମିତି କରୋନା ଓ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି, ଠିକ୍ ସେମିତି ଆଇସିୟୁରେ ଥିବା ରୋଗୀଙ୍କ ସଂଖ୍ୟା ବି ବଢ଼ିଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ରାଜ୍ୟରେ ବୟସ୍କଙ୍କ ପାଇଁ ୫୩୧୧ଟି ସାଧାରଣ ବେଡ୍ ଥିବା ବେଳେ ଗତ ୫ ତାରିଖରେ ୧୧୧ ଜଣ ରୋଗୀ ଅଛନ୍ତି । ଏଯାଏଁ ୨.୦୯% ବେଡ୍ ସରିଛି ।

ଅପରପକ୍ଷରେ ରାଜ୍ୟରେ ବୟସ୍କଙ୍କ ପାଇଁ ୧୩୭୪ଟି ଆଇସିୟୁ/ଏଚଡିୟୁ ବେଡ୍ ଥିବା ବେଳେ ଗତ ୫ ତାରିଖରେ ୧୪୩ ଜଣ ରୋଗୀ ଅଛନ୍ତି । ଏଯାଏଁ ୧୦.୪୧% ବେଡ୍ ସରିଛି । ଠିକ୍ ସେହିପରି ରାଜ୍ୟରେ ବୟସ୍କଙ୍କ ପାଇଁ ୬୨୪ଟି ଭେଣ୍ଟିଲେଟର ଥିବା ବେଳେ ଏଥିରେ ଗତ ୫ ତାରିଖରେ ୧୯ ଜଣ ରୋଗୀ ଅଛନ୍ତି। ଏଯାଏଁ ୩.୦୫% ଭେଣ୍ଟିଲେଟର ବେଡ୍ ସରିଛି । ହୋମ୍ ଆଇସୋଲେସନରେ ଥିବା ସଂକ୍ରମିତ ବୟସ୍କଙ୍କ ସଂଖ୍ୟା ୩୫୮୯ ।

ରାଜ୍ୟରେ ପିଲାଙ୍କ ପାଇଁ ୯୩୭ଟି ସାଧାରଣ ବେଡ୍ ଥିବା ବେଳେ ଗତ ୫ ତାରିଖରେ ୯ ଜଣ ରୋଗୀ ଅଛନ୍ତି । ଏଯାଏଁ ୦.୯୬% ବେଡ୍ ସରିଛି। ଅପରପକ୍ଷରେ ପିଲାଙ୍କ ପାଇଁ ୨୪୨ଟି ଆଇସିୟୁ/ଏଚଡିୟୁ ବେଡ୍ ଥିବା ବେଳେ ଗତ ୫ ତାରିଖରେ ମାତ୍ର ଜଣେ ରୋଗୀ ଅଛନ୍ତି । ଏଯାଏଁ ୦.୪୧% ବେଡ୍ ସରିଛି । ଠିକ୍ ସେହିପରି ରାଜ୍ୟରେ ପିଲାଙ୍କ ପାଇଁ ୧୧୦ଟି ଭେଣ୍ଟିଲେଟର ଥିବା ବେଳେ ଏଥିରେ ଗତ ୫ ତାରିଖରେ ଏଥିରେ କେହି ରୋଗୀ ନାହାନ୍ତି । ହୋମ୍ ଆଇସୋଲେସନରେ ଥିବା ଶିଶୁ ଓ କିଶୋରଙ୍କ ସଂଖ୍ୟା ୫୮୩ ।