ଭୁବନେଶ୍ୱରର ପ୍ରତୀକ ମାଷ୍ଟର କ୍ୟାଂଟିନ ଘୋଡ଼ା ହଟାଇବା ଯୋଜନାକୁ ନେଇ ବଢୁଛି ବିରୋଧ : ବିଧାୟକ ସୁର ରାଉତ କହିଲେ, ଆମ ଘୋଡା କୁଆଡେ ଯିବନି

511

କନକ ବୁରୋ : ସ୍ମାର୍ଟସିଟି ପାଇଁ ମାଷ୍ଟରକ୍ୟାଂଟିନରେ ଥିବା ଘୋଡା ପ୍ରତିମୁର୍ତ୍ତି ହଟାଇବା ନିଷ୍ପତ୍ତିକୁ ବିରୋଧ ଆରମ୍ଭ ହୋଇଛି । କଂଗ୍ରେସ ବିଧାୟକ ସୁର ରାଉତରାୟ ଆଜି ସେହି ଐତିହ୍ୟସ୍ଥଳକୁ ଯାଇ ଘୋଡା କୁଆଡେ ଯିବ ନାହିଁ ବୋଲି କହିଛନ୍ତି । ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା ଏହି ପ୍ରତିମୁର୍ତ୍ତିକୁ ହଟାଇବାକୁ ନେଇ ଆରମ୍ଭ ହୋଇଛି ବିବାଦ ।

ମୌଳିକତାକୁ ଆଘାତ ଦେଇ ପରିବର୍ତ୍ତନକୁ ଗ୍ରହଣ କରାଯିବ ନାହିଁ ବୋଲି ଗତକାଲି ଚେତାବନୀ ଦେଇଥିଲେ ପୁଜ୍ୟପୁଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ । ୧୯୮୮ରେ ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନରେ ଏହି ଘୋଡାକୁ ସ୍ଥାପନ କରାଯାଇଥିଲା, ନିକଟରେ ମଧ୍ୟ ଅନେକ ନର୍ତ୍ତକୀ ମୁର୍ତ୍ତି ସ୍ଥାନ ପାଇଥିଲା । କୋଣାର୍କ ମନ୍ଦିରର ଶୋଭା ବଢାଉଥିବା ଯୁଦ୍ଧ ଘୋଡା ଢାଂଚାରେ ହୋଇଥିଲା ଏହାର ନିର୍ମାଣ । ସ୍ୱର୍ଗତ ରଘୁନାଥ ମହାପାତ୍ର ଏହାକୁ ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ଏହାକୁ ସରକାରୀ ଚିହ୍ନର ମଧ୍ୟଭାଗରେ ସ୍ଥାନ ଦିଆଯାଇଥିଲା ।